Dillika Babu: Dillip Cherian
କୋଭିଡ୍ ମହାମାରୀରେ ବାବୁମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି। ମହାମାରୀକୁ ରୋକିବାକୁ ସରକାର ନେଉଥିବା ପଦକ୍ଷେପ ଲାଗୁ କରିବାରେ ସେମାନେ ପ୍ରମୁଖ ଭୂମିକା ନେଇ ଆସୁଛନ୍ତି। ଅନେକ ବାବୁ ମଧ୍ୟ ନିଆରା କାର୍ଯ୍ୟ କରିଛନ୍ତି। ବିଶେଷଜ୍ଞମାନଙ୍କର ନେଟ୍ଓ୍ବର୍କ ସ୍ପିକ୍ଇନ୍, ଯାହା ଏସିଆରେ ବୃହତ୍ତମ , ତାହା ନିକଟରେ ୧୦ ଜଣାଶୁଣା ଆଇଏଏସ୍ ଅଧିକାରୀଙ୍କୁ ଚିହ୍ନଟ କରିଛି। ଏହି ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ ଠିକ୍ ଭାବେ ତୁଲାଇବା ପରେ ବି ଆଉ କିଛି ନିଆରା କାର୍ଯ୍ୟ କରିଛନ୍ତି। ସେମାନେ ଲୋକମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେମାନଙ୍କ କାର୍ଯ୍ୟ ସମାଜକୁ ପ୍ରଭାବିତ କରିଛି। ଏଭଳି ମହତ୍ କାର୍ଯ୍ୟ କରିଥିବା ବାବୁମାନଙ୍କ ମଧ୍ୟରେ ତେଲଙ୍ଗନା କ୍ୟାଡର୍ର ୨୦୧୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ହରି ଚନ୍ଦନା ଦଶାରି ଅନ୍ୟତମ। ନାରାୟଣପେଟ୍ର ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଦଶାରି ତାଙ୍କ ଅଭିନବ ଦୃଷ୍ଟିକୋଣ ଓ ସର୍ଜନାମତ୍କ ଚିନ୍ତାଧାରା ତଥା ଅସାଧାରଣ କାର୍ଯ୍ୟ ପାଇଁ ଏବେ ବେଶ୍ ଜଣାଶୁଣା। କିଭଳି ପ୍ରତିିକୂଳ ପରିବେଶକୁ ସୁଯୋଗରେ ପରିଣତ କରାଯାଇପାରେ ତାହା କାର୍ଯ୍ୟ ମାଧ୍ୟମରେ ଦେଖାଇଦେଇଛନ୍ତି। ସେ ଅନେକ ପ୍ଲାଷ୍ଟିକ ରିସାଇକ୍ଲିଂ କାର୍ଯ୍ୟ ଓ ଜନହିତକର କାର୍ଯ୍ୟକ୍ରମ ଆରମ୍ଭ କରିବାରେ ସଫଳ ହୋଇଛନ୍ତି। ଲକ୍ଡାଉନ ସମୟରେ ଏକ ବ୍ୟବସାୟର ଅନୁକୂଳ ପରିବେଶ ରହିଥିତ୍ବା ଲକ୍ଷ୍ୟ କରି ଦଶାରି ମାସ୍କ ତିଆରି କାର୍ଯ୍ୟରେ ୪,୦୦୦ ମହିଳାଙ୍କୁ ନିଯୁକ୍ତ କରିଥିଲେ। କେବଳ ଗୋଟିଏ ବର୍ଷରେ ଏଥିରୁ ୫୦ ଲକ୍ଷ ଟଙ୍କା ଲାଭ ମିଳିଥିଲା। ସେ କୃଷି, ମାଛଚାଷ ପାଇଁ ୩୦୦୦ ପୋଖରୀ ଓ ଜଳ ସଂରକ୍ଷଣ ଲାଗି ଜଙ୍ଗଲରେ ଖାଇ ଖୋଳା କାମରେ ପ୍ରବାସୀ ଶ୍ରମିକମାନଙ୍କୁ ଲଗାଇ ସେମାନଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି।
ବରିଷ୍ଠତାକୁ ଅସ୍ବୀକାର
ସଷ୍ମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରମ୍ପରିକ ଆଇଏଏସ୍ ପଦବୀଗୁଡ଼ିକରେ ଅଣ ଆଇଏଏସ୍ ଅଧିକାରୀମାନଙ୍କୁ ଅଧିତ୍କ ନିଯୁକ୍ତି ଦେଉଛନ୍ତି। ଏଭଳି ଶାସନ ବ୍ୟବସ୍ଥାରେ ଧୀରେ ଧୀରେ ଆଇଏଏସ୍ଙ୍କ ପ୍ରଭାବ କମୁଛି ବୋଲି ଚର୍ଚ୍ଚା ହୋଇଆସୁଛି। କିନ୍ତୁ ସୂଚନା ମିଳୁଛି ଯେ, ଆଇଏଏସ୍ ଲବି ଏଯାବତ ତା’ ସ୍ଥିତିକୁ ମଜଭୁତ କରି ରଖିଛି, ଏପରିକି ବିଭିନ୍ନ ବିଭାଗରେ ଯେଉଁଠି ପାରୁଛି ଆଇଏଏସ୍ଙ୍କ ସଂଖ୍ୟା ବୃଦ୍ଧିି କରିବାକୁ ପ୍ରୟାସ କରୁଛି। ଗତ ସପ୍ତାହରେ କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ବରାଷ୍ଟ୍ର ସଚିବ, ରାଜସ୍ବ ସଚିବ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ନେଇ ଗଠିତ ଏକ କମିଟି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ (ସିବିଡିଟି)ର ତିନି ସଦସ୍ୟଙ୍କ ନିଯୁକ୍ତି ଲାଗି ୧୯ ଜଣ ଆଇଆର୍ଏସ୍ ଅଧିକାରୀଙ୍କ ସ୍କ୍ରିନିଂ କରିଥିଲେ। ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ ଆପଏଣ୍ଟମେଣ୍ଟ୍ କମିଟି ଅଫ୍ ଦି କ୍ୟାବିନେଟ୍(ଏସିସି) ଦ୍ୱାରା ଯଥାବିଧି ବିଜ୍ଞପ୍ତି ପ୍ରକାଶ କରାଯାଇଥାଏ। କିନ୍ତୁ ଏହା ବଦଳରେ ପ୍ରଥମ ଥର ପାଇଁ ଆଇଏଏସ୍ ଅଧିକାରୀମାନଙ୍କର ଏହି କମିଟି ଏଭଳି ସ୍କ୍ରିନିଂ କରିଥିବା ଜଣାପଡିଛି। ସୂତ୍ରରୁ ପ୍ରକାଶ ଯେ, ଏସିସି ଅନୁମୋଦନ କ୍ରମେ ଆଇଆର୍ଏସ୍ ସିଭିଲ୍ ଲିଷ୍ଟରେ ବରିଷ୍ଠତା ଭିତ୍ତିରେ ସିବିଡିଟି ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନିଯୁକ୍ତି ହୋଇଥାଆନ୍ତି। ଏହି ପ୍ରକାର ପ୍ରକ୍ରିୟାରେ ବରିଷ୍ଠତାକୁ ଅସ୍ବୀକାର ବା ଅଣଦେଖା କରିବା ଦ୍ୱାରା ଆଇଆର୍ଏସ୍ କ୍ୟାଡର୍ ଅଧିକାରୀମାନେ ନିରାଶ ହେବା ସ୍ବାଭାବିକ। ସେମାନଙ୍କୁ ନୂ୍ୟନ ଭାବେ ଦେଖାଯାଉଥିବା ବୋଲି ସେମାନେ ଭାବୁଛନ୍ତି । ଏବେ ଆଇଏଏସ୍ କ୍ୟାଡର୍ ଦ୍ୱାରା ଅନ୍ୟ ସେବାଗୁଡ଼ିକ ଉପରେ ପ୍ରଭୁତ୍ୱ ଜାହିର କରିବା ପ୍ରୟାସରୁ ଏଭଳି ଭାବନା ଆସିବା ସ୍ବାଭାବିକ। ସେମାନେ କହନ୍ତି, ଏହା ଏକ ନିୟମିତ ନିଷ୍ପତ୍ତି ହେବା ଆବଶ୍ୟକ, କିନ୍ତୁ ପିଏମ୍ଓରେ ଶୀର୍ଷ ଅମଲାତନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖାଯାଇ ଏହି ପରିସ୍ଥିତି ସୃଷ୍ଟି କରାଯାଇଛି।
ହ୍ବିସିଲବ୍ଲୋୟର ବାବୁ
ଦେଶର ସବୁଆଡେ ହ୍ବିସିଲ୍ବ୍ଲୋୟର ବାବୁମାନେ କ୍ୟାରିୟରରେ ପ୍ରଶାସନର ଅପ୍ରିୟ ବିଷୟକୁ ଉତ୍ଥାପନ କରନ୍ତି ଓ ଏହାଯୋଗୁ ବାରମ୍ବାର ବଦଳିର ସମ୍ମୁଖୀନ ହୋଇଥାଆନ୍ତି। ପରଦା ଆଢୁଆଳରେ ରହିଥିବା ବିଷୟଗୁଡ଼ିକୁ ସାମ୍ନାକୁ ଆଣିବାରେ ସେମାନେ ବେଶ୍ ଦକ୍ଷ। ମଧ୍ୟପ୍ରଦେଶରେ ୨୦୧୪ କ୍ୟାଡର୍ ଆଇଏଏସ୍ ଅଧିକାରୀ ତଥା ହ୍ବିସିଲବ୍ଲୋୟର ଲୋକେଶ କୁମାର ଜଙ୍ଗିଡ ଶିବରାଜ ଚୌହାନ୍ ସରକାରଙ୍କୁ ଟାର୍ଗେଟ କରି ପ୍ରଭାବ ପକାଇ ପାରିଛନ୍ତି। ଜଙ୍ଗିିଡ ଏବେ ଟୁଇଟରେ ଦାବି କରିଛନ୍ତି, ୨୦୨୦ରେ ରାଜ୍ୟର ସିଭିଲ୍ ସର୍ଭିସ ବୋର୍ଡ(ସିଏସ୍ବି) ଆଇଏଏସ୍ ଅଧିତ୍କାରୀମାନଙ୍କ ସର୍ବନିମ୍ନ କାର୍ଯ୍ୟକାଳ ଅବଧି ଶେଷ ହେବା ପୂର୍ବରୁ ସେମାନଙ୍କ ବଦଳିକୁ ଅନୁମୋଦନ କରିବା ପାଇଁ ୯୧ ଥର ବୈଠକ କରିଛି। ପ୍ରକାଶ ଯୋଗ୍ୟ ଯେ,ପ୍ରତ୍ୟେକ ନିଯୁକ୍ତିରେ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫ୍ଏସ୍ ସେବାଗୁଡ଼ିକ ପାଇଁ ସର୍ବନିମ୍ନ କାର୍ଯ୍ୟକାଳ ଦୁଇ ବର୍ଷ ରହିଛି। ନିଜର ଦୃଷ୍ଟାନ୍ତ ଦେଇ ଜଙ୍ଗିଡ କହିଛନ୍ତି, ତାଙ୍କ କ୍ୟାରିୟରର ୪ରୁ ୫ ବର୍ଷ ମଧ୍ୟରେ ତାଙ୍କୁ ୯ ଥର ବଦଳି କରାଯାଇଛି। ସମୟ ପୂର୍ବରୁ ବଦଳି କରାଯିବା ଓ ଏହାର ପ୍ରଶାସନ ଉପରେ ଥିବା ନକାରାମତ୍କ ପ୍ରଭାବକୁ ସାମ୍ନାକୁ ଆଣିବା ପାଇଁ ଏହି ଘଟଣାକୁ ଉତ୍ଥାପନ କରିବାକୁ ଚାହଁିଥିତ୍ଲେ ବୋଲି ଜଙ୍ଗିଡ କହିଛନ୍ତି। ଜୁନ ପ୍ରାରମ୍ଭରେ ମଧ୍ୟ ଏହି ଯୁବ ଅଧିକାରୀ ବଡଓ୍ବାନି ଜିଲାର ଜିଲାପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ରାଜ୍ୟ ସରକାର ଏହି ଘଟଣାରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ , କିନ୍ତୁ ଜଙ୍ଗିଡି ଏହାକୁ ଅନ୍ୟାୟ ଓ ଅନୁଶାସନ ରହିତ କାର୍ଯ୍ୟାନୁଷ୍ଠାନ କହି ଖଣ୍ଡନ କରିବା ସହିତ ତାଙ୍କୁ ଦିଆଯାଇଥିତ୍ବା ଆଦେଶକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏବେ ସୁଦ୍ଧା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିତ୍ବାବେଳେ ଏଭଳି ଉତ୍ତେଜନା କିଛି ବଡ ପରିବର୍ତ୍ତନର କାରଣ ପାଲଟିବ କି।
Email: dilipcherian@gmail.com