Categories: Home Leftଖେଳ

ୟୁକେରେ ଚିକିତ୍ସିତ ହେବେ ସଙ୍କେତ

ବର୍ମିଂହାମ୍‌,୧ା୮: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜେତା ଭାରୋତ୍ତୋଳକ ସଙ୍କେତ ସର୍‌ଗର୍‌ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ଚିକିତ୍ସିତ ହେବେ। ୫୫କେଜି କାଟାଗୋରିରେ ରୌପ୍ୟପଦକ ହାସଲ କରିବା ପରେ ତାଙ୍କର ୟୁସିଏଲ୍‌ରେ (ଅଲନାର କୋଲାଟରାଲ ଲିଗାମେଣ୍ଟ) ଆଘାତ ଲାଗିଛି। ଏଥିରୁ ଉପଶମ ପାଇବା ପାଇଁ ତାଙ୍କୁ ଅତି କମ୍‌ରେ ୩ ମାସ ସମୟ ଲାଗିବ। ସଙ୍କେତଙ୍କ ଆଗରେ ଦୁଇଟି ବିକଳ୍ପ ଥିଲା। ହୁଏତ ସେ ଭାରତ ଫେରିବେ କିମ୍ବା ଏଠାରେ ରହି ଚିକିତ୍ସିତ ହେବେ। କହୁଣୀରେ ଆଘାତ ଲାଗିଥିବାରୁ ବିଶେଷଜ୍ଞଙ୍କ ପରାମର୍ଶ ପରେ ୟୁକେରେ ସେ ରହି ଚିକିତ୍ସିତ ହେବା ନେଇ ପରାମର୍ଶ ଦିଆଯାଇଛି। ଚିକିତ୍ସା ପାଇଁ ସରକାର ସବୁଜ ସଙ୍କେତ ମଧ୍ୟ ଦେଇଛନ୍ତି।