ଭୁବନେଶ୍ୱର,୮।୧୧(ଅନୁରାଧା ମହାରଣା): ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ତିନି ଦିନିଆ ମେଗା ଇଣ୍ଡଷ୍ଟ୍ରିଆଲ ଇଭେଣ୍ଟ ଇଣ୍ଡୋମାକ୍ ଭୁବନେଶ୍ୱର ୨୦୨୫ ଶୁକ୍ରବାର ଉଦ୍ଘାଟିତ ହୋଇଛି। ଏହି ପ୍ରଦର୍ଶନୀକୁ ଓଡ଼ିଶା ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଏସ୍ଏସ୍ଆଇଏ) ସହ ସହଭାଗିତାରେ ଇଣ୍ଡୋମାକ୍ ବିଜ୍ନେସ୍ ସଲ୍ୟୁଶନ୍ସ ପକ୍ଷରୁ ଆୟୋଜନ କରାଯାଇଛି। ଏହି ବି୨ବି ଇଣ୍ଡଷ୍ଟ୍ରିଆଲ ମେଶିନେରୀ ଓ ଇଞ୍ଜିନିୟରିଂ ଏକ୍ସପୋ ଭାରତର ଉପତ୍ାଦନ ଓ ନିର୍ମାଣ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଏକତ୍ରୀକରଣ ହେବା ପାଇଁ ପ୍ରତିଶ୍ରୁତି ଦେଉଛି। ଏହି ପ୍ରଦର୍ଶନୀରେ ଦେଶବ୍ୟାପୀ ୧୫୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନୀ ଅଂଶଗ୍ରହଣ କରିଛନ୍ତି, ଯିଏ କି ଏକାଧିକ ଶିଳ୍ପ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛନ୍ତି। ଭୁବନେଶ୍ୱର, କଟକ, ରାଉରକେଲା, ଝାରସୁଗୁଡା, ଅନୁଗୋଳ ଏବଂ ପୂର୍ବ ଭାରତ ଭଳି ପ୍ରମୁଖ ଶିଳ୍ପ କେନ୍ଦ୍ରଗୁଡ଼ିକରୁ ୧୫୦୦୦ରୁ ଅଧିକ ବ୍ୟବସାୟିକ ବ୍ୟକ୍ତିତ୍ୱ ଏହି ପ୍ରଦର୍ଶନୀରେ ଯୋଗଦେବେ ବୋଲି ଆଶା କରାଯାଉଥିବା ବେଳେ, ଏହି କାର୍ଯ୍ୟକ୍ରମ ଅଞ୍ଚଳରେ ସାର୍ଥକ ବ୍ୟବସାୟିକ ସଂଯୋଗ ବିକଶିତ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଇଣ୍ଡୋମାକ୍ ବି୨ବି ଇଣ୍ଡଷ୍ଟ୍ରିଆଲ ଆଣ୍ଡ ମେଶିନେରୀ ଏକ୍ସପୋ ୨୦୨୫ର ନିର୍ଦ୍ଦେଶକ ମନୀଷ ସିହ୍ନା କହିଛନ୍ତି, ‘ଡିଲର ଓ ଡିଷ୍ଟ୍ରିବ୍ୟୁଟରଙ୍କ ସମେତ ରାଜ୍ୟର ଶିଳ୍ପଗୁଡ଼ିକ ଏହି ଦୁଇ ଦିନିଆ ଇଭେଣ୍ଟରୁ ବହୁମାତ୍ରାରେ ଉପକୃତ ହେବେ। ପ୍ରଦର୍ଶନୀରେ ୧୧୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଦ୍ୱାରା ବିଭିନ୍ନ ଆଧୁନିକ ଟେକ୍ନୋଲୋଜି ଓ ଯନ୍ତ୍ରପାତି ପ୍ରଦର୍ଶନ କରାଯିବ। ଓଏସ୍ଏସ୍ଆଇଏର ଅଧ୍ୟକ୍ଷ ସ୍ମରଜିତ ମହାନ୍ତି କହିଛନ୍ତି, ଓଡ଼ିଶାରେ ଏହା ହେଉଛି ପ୍ରଥମ ଏକ୍ସପୋ, ଯେଉଁଠାରେ ଇଞ୍ଜିନିୟରିଂ ଓ ମେଶିନେରୀ ସାମଗ୍ରୀଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି। ଏହା ଆମର ଏମ୍ଏସ୍ଏମ୍ଇଗୁଡିକ ପାଇଁ ଲାଭଦାୟକ ହେବ। ଇଣ୍ଡୋମାକ୍ର ନିର୍ଦ୍ଦେଶକ ସୁଧୀର ଭୋଲେ, ଶ୍ରୀଯୁକ୍ତ ମନୀଷ ସିହ୍ନା, ସଚିନ ଶର୍ମା ଓ ସୁମିତ ପୋରୱାଲ ଏହି କାର୍ଯ୍ୟକ୍ରମର ଉଘ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ଇଣ୍ଡୋମାକ୍ ଭୁବନେଶ୍ୱର ୨୦୨୫ ହେଉଛି ନୂତନ ଯନ୍ତ୍ରପାତି, ଇଞ୍ଜିନିୟରିଂ ପ୍ରଡକ୍ଟ, ଅଟୋମେଶନ ଟେକ୍ନୋଲୋଜି ଓ ମାନୁଫାକ୍ଚରିଂ ସଲ୍ୟୁଶନଗୁଡ଼ିକୁ ପ୍ରଦର୍ଶିତ କରୁଥିବା ଏକ ପ୍ରିମିୟମ ଇଣ୍ଡଷ୍ଟ୍ରିଆଲ ପ୍ଲାଟଫର୍ମ। ଏହି ଇଭେଣ୍ଟ ଏକ ଗତିଶୀଳ ପରିବେଶ ପ୍ରଦାନ କରୁଛି ଯେଉଁଠାରେ ଉପତ୍ାଦନକାରୀ, ଯୋଗାଣକାରୀ, ବ୍ୟବସାୟୀ ଓ ଶିଳ୍ପର କ୍ରେତାମାନେ ନୂଆ ବ୍ୟବସାୟିକ ସୁଯୋଗ ଓ ସହଭାଗିତାଗୁଡ଼ିକୁ ଅନ୍ବେଷଣ କରିବା ପାଇଁ ଗୋଟିଏ ଛାତ ତଳେ ଏକତ୍ରିତ ହୋଇଛନ୍ତି।