ସ୍ବଦେଶୀ ରକେଟ ବିକ୍ରମ-ଏସର ଉତ୍‌କ୍ଷେପଣ ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ…

ଶ୍ରୀହରିକୋଟା,୧୭।୧୧ : ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ନଭେମ୍ବର ୧୮ ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ଉତକ୍ଷେପଣ କରାଯିବ। ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ସ୍ପେସ ଷ୍ଟାର୍ଟଅପ ସ୍କାଇରୁଟ ଏରୋସ୍ପେସ ଦ୍ୱାରା ବିକଶିତ ରକେଟ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ରଖାଯାଇଛି।

ଖରାପ ପାଣିପାଗ କାରଣରୁ ରକେଟର ପ୍ରଥମ ସବୋର୍ବାଟାଲ ଲଞ୍ଚ ନଭେମ୍ବର ୧୫ରେ ପରିବର୍ତ୍ତନ କରାଯାଇ ନଭେମ୍ବର ୧୮କୁ ଧାର୍ଯ୍ୟ କରାଯାଇଥିଲା ବୋଲି ସ୍କାଏରୁଟ ପକ୍ଷରୁ କୁହାଯାଇଛି।

Share