ନୂଆଦିଲ୍ଲୀ,୨୯।୧: ଭାରତରେ ଡିଜିଟାଲ୍ ବିପ୍ଳବ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ‘ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ (IAMAI) ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ଭାରତରେ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୯୫ କୋଟି ଟପିଛି।
ଭାରତର ମୋଟ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୫୭ ପ୍ରତିଶତ ଅର୍ଥାତ୍ ପ୍ରାୟ ୫୪୮ ମିଲିୟନ୍ ବ୍ୟବହାରକାରୀ ଗ୍ରାମାଞ୍ଚଳର ଅଟନ୍ତି। ତେବେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୪ ଗୁଣ ଅଧିକ ବେଗରେ ବଢ଼ୁଛି।
ରିପୋର୍ଟ ଅନୁସାରେ ଭାରତରେ କୃତ୍ରିମ ବୁଦ୍ଧିମତା ବା AI ର ବ୍ୟବହାର ବହୁଳ ଭାବେ ବୃଦ୍ଧି ପାଇଛି। ପ୍ରାୟ ୪୪ ପ୍ରତିଶତ ବ୍ୟବହାରକାରୀ ଭଏସ୍ ସର୍ଚ୍ଚ, ଚାଟ୍ବଟ୍ ଏବଂ AI ଫିଲ୍ଟର ଭଳି ସୁବିଧା ବ୍ୟବହାର କରୁଛନ୍ତି।
୧୫ ରୁ ୨୪ ବର୍ଷ ବୟସ୍କ ଯୁବପିଢ଼ିଙ୍କ ମଧ୍ୟରେ AI ବ୍ୟବହାର ସର୍ବାଧିକ (୫୭%) ରହିଛି। ତେବେ ୫୮୮ ମିଲିୟନ୍ (୬୧%) ବ୍ୟବହାରକାରୀ ସର୍ଟ-ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି।
ସହରାଞ୍ଚଳର ପ୍ରାୟ ୫୬% ବ୍ୟବହାରକାରୀ (୨୩୦ ମିଲିୟନ୍) ଗତ ବର୍ଷ ଅନଲାଇନ୍ ସପିଂ କରିଛନ୍ତି। ଯେଉଁଥିରେ କ୍ଵିକ୍ କମର୍ସର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ସେହିପରି ମଲ୍ଟି-ଡିଭାଇସ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୧୯୩ ମିଲିୟନକୁ ବୃଦ୍ଧି ପାଇଛି।