ଦୁବାଇ,୨୭।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପୂର୍ବରୁ ଭାରତର ମୁଣ୍ଡବିନ୍ଧା ବଢିଛି। ଦଳର ଅଦତ୍ନାୟକ ରୋହିତ ଶର୍ମା ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ସେ ଏବେ ସୁସ୍ଥ ହୋଇନାହାନ୍ତି। ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଅଧିନାୟକ ରୋହିତ ଶର୍ମାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ଏହା ପରେ ରୋହିତ କହିଥିଲେ, ସେ ଏବେ ଠିକ ଅଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି।
ପାକିସ୍ତାନ ଦଳ ବିପକ୍ଷରେ ମ୍ୟାଚ ଜିତିବା ପରେ, ଭାରତୀୟ ଦଳ ଦୁଇ ଦିନର ବିରତି ନେଇଥିଲା। ବିରତି ପରେ, ଭାରତୀୟ ଦଳ ବୁଧବାର ରାତିରେ ICC ଏକାଡେମୀରେ ଦୁଇ ଘଣ୍ଟା ଅଭ୍ୟାସ କରିଥିଲା।
ଗୋଟିଏ ପଟେ, ଅଧିବେଶନ ଆରମ୍ଭରୁ, ସମସ୍ତ ଖେଳାଳି ଫୁଟବଲ ଖେଳୁଥିବା, ଦୌଡ଼ୁଥିବା ଏବଂ ସଟଲ ରନ କରୁଥିବାର ଦେଖାଯାଇଥିଲା। ଅନ୍ୟପକ୍ଷରେ ଅଧିନାୟକ ରୋହିତ କୌଣସି ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ନ ଥିଲେ।
ଅଭ୍ୟାସ ସେସନର ଗୋଟିଏ ଘଣ୍ଟା ପରେ, ରୋହିତଙ୍କୁ ପାଓ୍ବାର ଏବଂ କଣ୍ଡିସନିଂ କୋଚ ସୋହମ ଦେଶାଇଙ୍କ ତତ୍ତ୍ୱାବଧାନରେ କିଛି ଜଗିଂ କରୁଥିବାର ଦେଖାଯାଇଥିଲା। କିନ୍ତୁ ସେ ସମ୍ପୂର୍ଣ୍ଣ ଠିକ ଦେଖାଯାଉ ନ ଥିଲେ।
ଏହି ସମୟ ମଧ୍ୟରେ ରୋହିତ ଗୋଟିଏ ବି ବଲ ଖେଳି ନ ଥିଲେ। ଏହା ସହିତ ସେ ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅନ୍ୟ କୋଚଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା।
ଭାରତ ଗ୍ରୁପ ଏରେ ଦୁଇଟି ମ୍ୟାଚ ଜିତି ସେମିଫାଇନାଲରେ ପହଞ୍ଚି ସାରିଛି। ଭାରତର ଶେଷ ଲିଗ ମ୍ୟାଚ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ। ଭାରତୀୟ ଦଳ ଆଶା କରିବ ଯେ ଏହା ପୂର୍ବରୁ ରୋହିତ ସମ୍ପୂର୍ଣ୍ଣ ଫିଟ ହୋଇଯିବେ।