ଭାରତରେ ଦୀପାବଳି ବାଣ ପାଇଁ ପାକିସ୍ତାନରେ ବାଜିଲା ଆଲାରାମ୍, ଲାହୋରକୁ ସବୁଠୁ ବଡ କ୍ଷତି

ନୂଆଦିଲ୍ଲୀ,୨୧।୧୦: ଭାରତରେ ଦୀପାବଳି ପାଳନ ସମୟରେ ଫୁଟାଯାଇଥିବା ବାଣର ଧୂଆଁ ଓ ପ୍ରଦୂଷକ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ବ୍ୟାପିଛି। ଭାରତର ଉତ୍ତର ସହରରୁ ଆସୁଥିବା ପବନ ଏବଂ କମ୍ ବେଗରେ ପ୍ରବାହିତ ହେଉଥିବା ପବନ ଯୋଗୁଁ ପାକିସ୍ତାନରେ ବାୟୁ ଗୁଣବତ୍ତା ବହୁତ ଖରାପ ହୋଇଛି।

ମଙ୍ଗଳବାର ସକାଳ ସୁଦ୍ଧା ପାକିସ୍ତାନର ରାଜଧାନୀ ଲାହୋରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୬୬ରେ ପହଞ୍ଚିଛି, ଯାହାକି ଏହାକୁ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହରରେ ପରିଣତ କରିଛି। ଏହି ତାଲିକାରେ ନୂଆଦିଲ୍ଲୀ ଶୀର୍ଷରେ ରହିଛି।

ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ‘ଆଣ୍ଟି-ସ୍ମୋଗ ଗନ୍’ ବ୍ୟବହାର କରିବା ସହ ରାସ୍ତା ଉପରେ ପାଣି ଛିଞ୍ଚିବା ଭଳି ଜରୁରୀ ପଦକ୍ଷେପ ନେଇଛନ୍ତି। ପାକିସ୍ତାନର ଜଣେ ମନ୍ତ୍ରୀ ଏହି ସ୍ଥିତିକୁ ସୀମା ପାରି ପରିବେଶ ସମସ୍ୟା ବୋଲି କହିଛନ୍ତି ଏବଂ ଭାରତର ଅମୃତସର, ଲୁଧିଆନା ଆଡୁ ପବନ ଆସୁଥିବାରୁ ପ୍ରଦୂଷଣ ବଢ଼ିଥିବା ଅଭିଯୋଗ କରିଛନ୍ତି।

ସୀମାର ଦୁଇ ପାର୍ଶ୍ୱରେ ଦୀପାବଳିର ଆଲୋକ ଲିଭିଯିବା ପରେ ଏବେ ଏକ ମୋଟା ଧୂଆଁର ଆସ୍ତରଣ ଛାଇ ରହିଛି।

Dharitri – Odisha’s No.1 Odia Daily