ଆଉ ୩ ସପ୍ତାହ ପରେ କମିବ ସଂକ୍ରମଣ

ନୂଆଦିଲ୍ଲୀ, ୨୨।୪: ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶୀର୍ଷରେ ପହଞ୍ଚତ୍ବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶେଷଜ୍ଞମାନଙ୍କ ଗାଣିତିକ ସୂତ୍ର ଅନୁଯାୟୀ ମେ’ ୧୧ରୁ ୧୫ ମଧ୍ୟରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୩୩ରୁ ୩୫ ଲକ୍ଷରେ ପହଞ୍ଚତ୍ବା ଆଶଙ୍କା ରହିଛି। ଅର୍ଥାତ୍‌ ଆଉ ୩ ସପ୍ତାହ ଦୈନିକ ସଂକ୍ରମଣ ବଢ଼ିଚାଲିବା ପରେ କମିବା ଆରମ୍ଭ କରିବ ବୋଲି କୁହାଯାଇଛି। ଗତବର୍ଷ ସେପ୍ଟେମ୍ବର ୧୭ରେ ସକ୍ରିୟ ମାମଲା ସର୍ବାଧିକ ୧୦ ଲକ୍ଷ ଟପିଥିଲା। ଆସନ୍ତା ମେ’ ମଧ୍ୟଭାଗ ବେଳକୁ ସକ୍ରିୟ ମାମଲା ସଂଖ୍ୟା ଏହାର ୩ ଗୁଣରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଉକ୍ତ ଆକଳନ ମଡେଲ ଅନୁଯାୟୀ ଏପ୍ରିଲ ୨୫ରୁ ୩୦ ମଧ୍ୟରେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ତେଲଙ୍ଗାନାରେ ନୂଆ ସଂକ୍ରମଣ ଶୀର୍ଷ ଛୁଇଁପାରେ। ସେହିପରି ଓଡ଼ିଶା, କର୍ନାଟକ ଏବଂ ପଶ୍ଚିମବଙ୍ଗରେ ମେ’ ୧ରୁ ୫ ମଧ୍ୟରେ ଏବଂ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ମେ’ ୬ରୁ ୧୦ ମଧ୍ୟରେ ନୂଆ ମାମଲା ସର୍ବାଧିକ ହେବ ବୋଲି କୁହାଯାଇଛି। ମହାରାଷ୍ଟ୍ର ଓ ଛତିଶଗଡ଼ ବର୍ତ୍ତମାନ ସର୍ବାଧିକ ପର୍ଯ୍ୟାୟରେ ପହଞ୍ଚତ୍ସାରିଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି।