ସାବଧାନ! ସିସିଟିଭି ଜରିଆରେ ଚାଇନା କରୁଛି ଗୁପ୍ତଚରଗିରି, ସରକାରଙ୍କ ନିଷ୍ପତ୍ତିକୁ ନେଇ ହଇଚଇ!

ନୂଆଦିଲ୍ଲୀ,୨୯।୫: ସିକ୍ୟୁରିଟି କ୍ୟାମେରା ନିର୍ମାତାଙ୍କ ପାଇଁ ଅପରିହାର୍ଯ୍ୟ ଆବଶ୍ୟକତା (ଇଆର୍‌) ନିୟମକୁ ବାଧ୍ୟତାମୂଳକ କରାଯାଇଥିବା ବିଷୟ ସରକାରୀ ଦସ୍ତାବିଜ ଓ କମ୍ପାନୀ ଇମେଲ୍‌ଗୁଡ଼ିକରୁ ଜଣାପଡ଼ିଛି। ଦେଶରେ ଚାଇନା ସର୍ଭିଲାନ୍ସ କ୍ଷମତା ସମ୍ପର୍କିତ ଚିନ୍ତା ବଢ଼ିଥିବାବେଳେ ଏହି ସିକ୍ୟୁରିଟି ଟେଷ୍ଟିଂ ନୀତି ଯୋଗୁ ବୈଶ୍ୱିକ ସର୍ଭିଲାନ୍ସ ଉପକରଣ ନିର୍ମାତାମାନେ ଭାରତକୁ ସିସିଟିଭି ଯୋଗାଇବାକୁ ମଙ୍ଗୁନାହାନ୍ତି। ଏଭଳି ସ୍ଥିତିରେ ସେମାନେ ସରକାରୀ ପ୍ରୟୋଗଶାଳାରେ ମୂଲ୍ୟାଙ୍କନ ପାଇଁ ହାର୍ଡଓ୍ବେର, ସଫ୍ଟଓ୍ବେର ଓ କୋଡ୍‌ ସୋର୍ସ ଦାଖଲ କରିବା ନେଇ ଦାବି ସମ୍ପର୍କିତ ନୂଆ ନିୟମାବଳୀ ବିଦେଶୀ ନିର୍ମାତା ଓ ଭାରତୀୟ ରେଗୁଲେଟର୍ସଙ୍କୁ ମୁହାଁମୁହିଁ କରିଛି।

ଚାଇନାର ଚତୁର ସର୍ଭିଲାନ୍ସ ସାମର୍ଥ୍ୟକୁ ନେଇ ଚିନ୍ତିତ ନୂଆଦିଲ୍ଲୀ ସିସିଟିଭି ନିର୍ମାଣକାରୀ ସଂସ୍ଥାଗୁଡ଼ିକ ପାଇଁ ନୂଆ ନିୟମ ଆଣିଥିବା ଭାରତୀୟ ନୀତି ପ୍ରଣୟନରେ ସମ୍ପୃକ୍ତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୦୨୧ରେ ତତ୍କାଳୀନ ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି (ଆଇଟି) ରାଷ୍ଟ୍ରମନ୍ତ୍ରୀ ପାର୍ଲାମେଣ୍ଟରେ କହିଥିଲେ, ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସଂଲଗ୍ନ ୧୦ ଲକ୍ଷ ସିସିଟିଭି କ୍ୟାମେରା ଚାଇନା କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ହୋଇଛି। ତେଣୁ ସର୍ଭର୍ସ ବୋର୍ଡକୁ ଭିଡିଓ ଡେଟା ଟ୍ରାନ୍ସଫର ହେବା ଆଶଙ୍କା ରହିଛି।

ଗତ ଏପ୍ରିଲରୁ ଲାଗୁ ହୋଇଥିବା ନୂଆ ଇଆର୍‌ ଅନୁସାରେ ଚାଇନାର ହିକ୍‌ଭିଜନ୍‌(୦୦୨୪୧୫.ଏସ୍‌ଜେଡ୍‌), ଶିଓମି(୧୮୧୦.ଏଚ୍‌କେ), ଦହୁଆ(୦୦୨୨୩୬.ଏସ୍‌ଜେଡ୍‌), ଦକ୍ଷିଣ କୋରିଆର ହନ୍‌ଓ୍ବହା ଏବଂ ମଟୋରୋଲା ସୋଲ୍ୟୁସନ୍ସ(ଏମ୍‌ଏସ୍‌ଆଇ.ଏନ୍‌) ସମେତ ଆମେରିକାର ଓପନ୍ସ ନ୍ୟୁ ଟ୍ୟାବ୍‌ ନିଜ କ୍ୟାମେରାଗୁଡ଼ିକୁ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ରରେ ବିକ୍ରି କରିବା ପୂର୍ବରୁ ଭାରତ ସରକାରଙ୍କ ଲ୍ୟାବ୍‌ରେ ଯାଞ୍ଚ କରାଇବା ପାଇଁ ଦାଖଲ କରିବେ।

ଏହି ନୀତି ୨୦୨୫ ଏପ୍ରିଲ ୯ ପରଠୁ ନିର୍ମିତ କିମ୍ବା ଆମଦାନୀ ହୋଇଥିବା ସମସ୍ତ ଇଣ୍ଟରନେଟ୍‌ ସଂଯୋଗଯୁକ୍ତ ସିସିଟିଭି ମଡେଲ ପାଇଁ ପ୍ରଯୁଜ୍ୟ ହେବ। ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଭାରତର ସାଇବରସିକ୍ୟୁରିଟି ମୁଖ୍ୟ ଥିବା ଗୁଲଶନ ରାୟ କହିଛନ୍ତି, ସିସିଟିଭି କ୍ୟାମେରାରେ ସବୁବେଳେ ଗୁପ୍ତଚରଗିରି କରାଯିବା ନେଇ ରିସ୍କ ରହୁଛି। ଇଣ୍ଟରନେଟ୍‌-କନେକ୍ଟେଡ୍‌ ସିସିଟିଭିକୁ ଯେକେହି ପରିଚାଳନା କରିପାରିବେ। ତେଣୁ ସେଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ଜରୁରୀ ହୋଇପଡ଼ିଛି। ଏହା ପରେ ଗତ ଏପ୍ରିଲ ୩ରେ ଭାରତୀୟ ଅଧିକାରୀମାନେ ହନ୍‌ଓ୍ବା, ମଟରୋଲା, ବୋସ୍କ, ହନିଓ୍ବେଲ୍‌ ଓ ଶିଓମି ଭଳି ୧୭ ବିଦେଶୀ ଓ ଘରୋଇ ଏକ୍‌ଜିକ୍ୟୁଟିଭ୍‌ଙ୍କ ସହ ବୈଠକ କରିଥିଲେ। ଉକ୍ତ ବୈଠକରେ ଅଧିକାଂଶ ନିର୍ମାତା ସରକାରଙ୍କ ନୂଆ ନିୟମ ମାନିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଜଣାଇଥିଲେ। ଏଥିସହ ନିୟମ ଲାଗୁକୁ ବିଳମ୍ବିତ କରିବା ପାଇଁ ସେମାନେ ଲବି କରିଥିଲେ। କିନ୍ତୁ ସରକାର ସେମାନଙ୍କ ଅନୁରାଧକୁ ପ୍ରତ୍ୟାଖ୍ୟାନ କରି ଏହାକୁ ବାଧ୍ୟତାମୂଳକ ଲାଗୁ କରାଯିବ ବୋଲି କହିଥିଲେ।

Share
Tags: China CCTV