ସେଚେଲସ୍‌କୁ ଭାରତର ୧୭୫ ନିୟୁତ ଡଲାର ସହାୟତା

ନୂଆଦିଲ୍ଲୀ,୧୦ା୨: ସେଚେଲସ୍‌କୁ ୧୭୫ ନିୟୁତ ଡଲାର ଅର୍ଥ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ସୋମବାର ଘୋଷଣା କରିଛନ୍ତି। ଆଫ୍ରିକାର ଦକ୍ଷିଣ ପୂର୍ବ ଉପକୂଳରେ ଅବସ୍ଥିତ ଏହି ଦ୍ୱୀପପୁଞ୍ଜ ରାଷ୍ଟ୍ରର ବିକାଶମୂଳକ କାର୍ଯ୍ୟ ପାଇଁ ଏହି ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ସମ୍ପ୍ରତି ସେଚେଲସ୍‌ ରାଷ୍ଟ୍ରପତି ପାଟ୍ରିକ୍‌ ହରମିନ୍‌ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାରତ ମହାସାଗରରେ ଅବସ୍ଥିତ ଏହି ରାଷ୍ଟ୍ର ସହିତ ଭାରତର କେବଳ ସାମୁଦ୍ରିକ ସମ୍ପର୍କ ନୁହେଁ, ଐତିହ୍ୟ ଏବଂ ପରମ୍ପରାଗତ ସମ୍ପର୍କ ମଧ୍ୟ ରହିଛି। ସେହି ଦୃଷ୍ଟିରୁ ଏହାର ସାମାଜିକ ବିକାଶ ଏବଂ ଉନ୍ନୟନ ପାଇଁ ଭାରତ ପକ୍ଷରୁ ଉପରୋକ୍ତ ପରିମାଣର ଅର୍ଥ ସହାୟତା ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily