ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଜରୁରୀକାଳିନ ଏବଂ ସମନ୍ବୟ ପାଇଁ ଦୂତାବାସ ହେଲ୍‌ପଲାଇନ ନମ୍ବର ମଧ୍ୟ ଜାରି କରିଛି।

ଦୂତାବାସ ପରାମର୍ଶରେ କୁହାଯାଇଛି, ୭ ଏପ୍ରିଲ୍‌ର ପରାମର୍ଶ ଏବଂ ସାମ୍ପ୍ରତିକ ଘଟଣାବଳୀକୁ ଦୃଷ୍ଟିରେ ରଖି ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଦୂତାବାସର ମାର୍ଗଦର୍ଶନ ଏବଂ ସୁପାରିସ କରାଯାଇଥିବା ପଥ ଅନୁସରଣ କରି ଯଥାଶୀଘ୍ର ଇରାନ ଛାଡ଼ିବାକୁ କଡ଼ା ପରାମର୍ଶ ଦିଆଯାଇଛି। ପରାମର୍ଶରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଦୂତାବାସ ସହିତ ପୂର୍ବ ପରାମର୍ଶ ବିନା କୌଣସି ଅନ୍ତର୍ଜାତୀୟ ସୀମା ନିକଟରେ ଯାତ୍ରା କରିବାକୁ ଚେଷ୍ଟା କରାଯିବା ଉଚିତ୍‌ ନୁହେଁ।

Dharitri – Odisha’s No.1 Odia Daily

Share