ନୂଆଦିଲ୍ଲୀ,୧ା୧୨: ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ହରେନ୍ଦ୍ର ସିଂ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ପଛରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ହରେନ୍ଦ୍ର ତାଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆ (ଏଚ୍ଆଇ)କୁ ମେଲ କରିଛନ୍ତି। ତାଙ୍କ ପୂର୍ବରୁ ମୁଖ୍ୟ କୋଚ୍ ଦାୟିତ୍ୱରେ ଥିବା ନେଦରଲାଣ୍ଡ୍ସର ଜୋଏର୍ଡ ମାରିଜନେଙ୍କୁ ପୁନଃ ନିଯୁକ୍ତ କରାଯାଇପାରେ। ମାରିଜନେଙ୍କ ମାର୍ଗଦର୍ଶନରେ ଭାରତୀୟ ମହିଳା ହକି ଦଳ ୨୦୨୧ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା।
ସେ ୨୦୨୧ ଅଗଷ୍ଟରେ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ପୂର୍ବରୁ ଆମେରିକା ପୁରୁଷ ହକି ଦଳର କୋଚ୍ ଭାବେ କାର୍ଯ୍ୟ କରିଥିବା ହରେନ୍ଦ୍ର ୨୦୨୪ ଏପ୍ରିଲରେ ଭାରତୀୟ ଦଳର ମୁଖ୍ୟ କୋଚ୍ କାର୍ଯ୍ୟ ଭାର ସମ୍ଭାଳିଥିଲେ। ଏଥିପୂର୍ବରୁ ସେ ଭାରତୀୟ ଜୁନିୟର ପୁରୁଷ ଦଳର କୋଚ୍ ଥିଲେ। ତାଙ୍କ କାର୍ଯ୍ୟକାଳରେ ଭାରତୀୟ ଦଳ ୨୦୧୬ରେ ଜୁନିୟର ହକି ବିଶ୍ୱକପ୍ ଜିତିଥିଲା।