Categories: Home Leftଖେଳ

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ । ସେମିଫାଇନାଲରେ ପାକିସ୍ତାନୀ ଦଳ ଆୟୋଜକ ଶ୍ରୀଲଙ୍କାକୁ ଭେଟିବ । ବାଂଲାଦେଶର ୮୧ ରନର ଲକ୍ଷ୍ୟକୁ ପିଛାକରି ଭାରତ ବିନା କୌଣସି ୱିକେଟ୍‌ରେ ୧୧ ଓଭରରେ ୮୩ ରନ କରି ମ୍ୟାଚ ଜିତିଛି । ଓପନର୍‌ ସ୍ମୃତି ମାନ୍ଧନା ୫୫ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଶେଫାଲୀ ଭର୍ମା ୨୬ ରନ ସ୍କୋର କରି ଅପରାଜିତ ରହିଥିଲେ ।

ବାଂଲାଦେଶର ଡାମ଼୍ବୁଲା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୮୦ ରନ ସଂଗ୍ରହ କରିଥିଲା ବାଂଲାଦେଶ । ଭାରତର ରେଣୁକା ସିଂ ଏବଂ ରାଧା ଯାଦବ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଏହାର ଜବାବରେ ଭାରତ ୬୬ ବଲରେ ୮୩ ରନ କରି ମ୍ୟାଚ ଜିତିଥିଲା । ଏଥିସହିତ ଟିମ ଇଣ୍ଡିଆ ଫାଇନାଲ ପାଇଁ ଟିକେଟ ହାସଲ କରିଛି।

Share