ଚେନ୍ନାଇ,୯ା୮: ରମେଶ ବୁଦ୍ଧିଆଲ ପ୍ରଥମ ଭାରତୀୟ ଭାବେ ଚେନ୍ନାଇରେ ଚାଲିଥିବା ଏସିଆନ ସର୍ଫିଙ୍ଗ ଚାମ୍ପିୟନଶିପ୍ର ଓପନ୍ ପୁରୁଷ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ଶନିବାର ରମେଶ ପ୍ରଥମେ କ୍ୱାର୍ଟରଫାଇନାଲ ହିଟ୍ରେ ଫିଲିପାଇନ୍ସର ନିଲ୍ ସାଞ୍ଚେସ (୧୨.୮୦ ପଏଣ୍ଟ)ଙ୍କୁ ପଛରେ ପକାଇ ୧୪.୮୪ ପଏଣ୍ଟ ସ୍କୋର ସହ ହିଟ୍ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେମିଫାଇନାଲରେ ମଧ୍ୟ ରମେଶଙ୍କ ପ୍ରଦର୍ଶନ ଭଲ ରହିଥିଲା। ସେ ୧୧.୪୩ ପଏଣ୍ଟ ସ୍କୋର କରିବା ସହ ଇଣ୍ଡୋନେସିଆର ପାଜାର ଆରିୟାନା (୧୩.୮୩)ଙ୍କ ପଛରେ ଦ୍ୱିତୀୟ ହୋଇଥିଲେ। ଭାରତର କିଶୋର କୁମାର ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ସେ ନିଜ ଦେଶର ରମେଶ, ଆରିୟାନା ଓ ଚାଇନାର ଶିଡଙ୍ଗ ଉ (୯.୧୦) ୮.୦୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ।
ତୃତୀୟ ଭାରତୀୟ ସର୍ଫର ଡି. ଶ୍ରୀକାନ୍ତ ମଧ୍ୟ ଲଢୁଆ ପ୍ରଦର୍ଶନ କରିଥିଲେ। ମାତ୍ର ସେ କୋରିଆର କାନାଓ ହିଜାଏ (୧୦.୯୪ ପଏଣ୍ଟ)ଙ୍କୁ କଡ଼ା ଟକ୍କର ଦେଇଥିଲେ। ମାତ୍ର ୧୦.୯୦ ସ୍କୋର ସହ ସେ ହିଟ୍ରୁ ବିଦାୟ ନେଇଥିଲେ। ୧୮ବର୍ଷରୁ କମ୍ ବିଭାଗରେ ହରିଶ ପି. ଓ ଆଦ୍ୟ ସିଂଙ୍କ ପ୍ରସ୍ଥାନ ପରେ ଭାରତୀୟ ଅଭିଯାନ ଶେଷ ହୋଇଥିଲା। ବାଳିକା ବିଭାଗରେ ଦମୟନ୍ତୀ ଶ୍ରୀରାମ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି।