Odisha FC players warm up before the start of the match 10 of the 7th season of the Hero Indian Super League between Jamshedpur FC and Odisha FC held at the Tilak Maidan Stadium, Goa, India on the 29th November 2020 Photo by Vipin Pawar / Sportzpics for ISL
ବାମ୍ବୋଲିମ(ଗୋଆ),୬।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଓଡ଼ିଶା ଏଫ୍ସି ଓ ମୁମ୍ବାଇ ସିଟି ମୁହଁାମୁହିଁ ହେବେ। ସେହିପରି ଦ୍ୱିତୀୟ ମୁକାବିଲାରେ ଗୋଆ ଓ କେରଳ ବ୍ଲାଷ୍ଟର୍ସ ପରସ୍ପରକୁ ଭେଟିବେ।
ମୁମ୍ବାଇ ତା’ର ପ୍ରଥମ ମ୍ୟାଚ୍ରେ ଏଫ୍ସି ଗୋଆକୁ ୧-୦ ଗୋଲରେ ଓ ପରେ ଦ୍ୱିତୀୟ ମ୍ୟାଚ୍ରେ ଏସ୍ସି ଇଷ୍ଟବେଙ୍ଗଲକୁ ୩-୦ ଗୋଲରେ ହରାଇଥିଲା। ମୁମ୍ବାଇ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ମୁମ୍ବାଇ ବେଶ୍ ଶକ୍ତିଶାଳୀ ମନେ ହେଉଛି। ଦଳର ଡିଫେନ୍ସ ଓ ଆଟାକ ବେଶ୍ ଉଚ୍ଚକୋଟୀର ରହିଛି।
ଅପରପକ୍ଷରେ ଟୁର୍ନାମେଣ୍ଟରେ ଓଡ଼ିଶା ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ବିଜୟ ହାସଲ କରିପାରିନାହିଁ। ଓଡ଼ିଶା ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୧ ପଏଣ୍ଟ ପାଇ ତାଲିକାର ୧୦ମ ସ୍ଥାନରେ ରହିଛି। ଦଳ ଏହି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବ ବୋଲି ଓଡ଼ିଶା କୋଚ୍ ଷ୍ଟୁଆର୍ଟ ବକ୍ସଟର କହିଛନ୍ତି। ଗତ ସେସନରେ ଓଡ଼ିଶା ମୁମ୍ବାଇକୁ ଦୁଇଟି ମ୍ୟାଚ୍ରେ ପରାସ୍ତ କରିଥିଲା। ମୁମ୍ବାଇ ବିପକ୍ଷରେ ଓଡ଼ିଶାର ଭଲ ରେକର୍ଡ ରହିଛି। ଓଡ଼ିଶା ଦୁଇଟି ମ୍ୟାଚ୍ରେ ପରାସ୍ତ ହୋଇଥିଲେ ମଧ୍ୟ ସ୍କୋର କରିବାର ସୁଯୋଗ ଅଧିକ ହାସଲ କରିଥିଲା ଓ ଏହି ଦଳ ବେଶ୍ ସନ୍ତୁଳିତ। କିନ୍ତୁ କାଗଜ କଲମରେ ମୁମ୍ବାଇ ଦୁଇପାଦ ଆଗରେ ରହିଛି। ଓଡ଼ିଶା ସମସ୍ତଙ୍କୁ ଚକିତ କରିବା ସହ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛି।