Cole Alexander of Odisha FC celebrates a goal during match 37 of the 7th season of the Hero Indian Super League between Odisha FC and NorthEast United FC held at the GMC Stadium, Bambolin, Goa, India on the 22nd December 2020 Photo by Vipin Pawar / Sportzpics for ISL
ବାମ୍ବୋଲିମ୍,୨୩।୧୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ମଙ୍ଗଳବାର ଓଡ଼ିଶା ଏଫ୍ସି ଓ ନର୍ଥଇଷ୍ଟ ୟୁନାଇଟେଡ ଏଫ୍ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ବ୍ରାଜିଲ ଷ୍ଟ୍ରାଇକର ଡିଏଗୋ ମୋଉରିସିଓ ୨୨ତମ ମିନିଟ୍ରେ ଗୋଲ ଦେଇ ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ନର୍ଥଇଷ୍ଟ ତରଫରୁ ବେଞ୍ଜାମିନ୍ ଲାମ୍ବୋଟ୍ ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମ୍ର ଦ୍ୱିତୀୟ ମିନିଟ୍ରେ ଗୋଲ ଦେଇ ମ୍ୟାଚକୁ ୧-୧ ସମାନ ସ୍ତରକୁ ଆଣିଥିଲେ। ଏହାପରେ କ୍ୱେଶି ଆପିଆ ପେନାଲ୍ଟି ଜରିଆରେ ୬୫ତମ ମିନିଟ୍ରେ ଗୋଲ ଦେଇ ନର୍ଥଇଷ୍ଟକୁ ଅଗ୍ରଣୀ କରାଇଥିଲେ। ତେବେ ଏହାର ଠିକ୍ ଦୁଇ ମିନିଟ୍ ପରେ ଓଡ଼ିଶାର ଦକ୍ଷିଣ ଆଫ୍ରିକା ଷ୍ଟାଇକର କୋଲ ଆଲେକଜାଣ୍ଡର ଗୋଲ ଦେଇ ମ୍ୟାଚକୁ ୨-୨ ଗୋଲ ସମାନସ୍ତରକୁ ଆଣିଥିଲେ। ଶେଷରେ ଇଞ୍ଜୁରି ଟାଇମ ବାବଦରେ ୬ ମିନିଟ୍ ଖେଳ ହୋଇଥିଲା। ଉଭୟ ଦଳ କେତୋଟି ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲେ। ଫଳରେ ଶେଷରେ ମ୍ୟାଚ ଅମୀମାଂସିତ ରହିଥିଲା। ଏଥିସହ ଓଡ଼ିଶା ୭ଟି ମ୍ୟାଚ ଖେଳି ୨ ଡ୍ରି ଓ ୫ ପରାଜୟ ସହ ୨ ପଏଣ୍ଟ ପାଇ ତାଲିକାର ଦଶମ ସ୍ଥାନରେ ରହିଛି। ସେହିପରି ନର୍ଥଇଷ୍ଟ ୮ଟି ମ୍ୟାଚ ଖେଳି ୨ ବିଜୟ, ୫ ଡ୍ର ଓ ଗୋଟିଏ ପରାଜୟ ସହ ୧୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ଆଲେକଜାଣ୍ଡର ହିରୋ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।