Arshdeep Singh goalkeeper of Odisha FC Trying sucessfull attempt to save the goal during match 53 of the 7th season of the Hero Indian Super League between Chennaiyin FC and Odisha FC held at the GMC Stadium, Bambolim, Goa, India on the 10th January 2021 Photo by Arjun Singh / Sportzpics for ISL
ବାମ୍ବୋଲିମ୍, ୧୧।୧- ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ରେ ରବିବାର ଅନୁଷ୍ଠିତ ଓଡ଼ିଶା ଏଫ୍ସି-ଚେନ୍ନାଇନ୍ ମ୍ୟାଚ ଗୋଲ ଶୂନ୍ୟ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ହାତଛଡ଼ା କରିବାରୁ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଛନ୍ତି। ୧୦ ମ୍ୟାଚରୁ ୧ ବିଜୟ, ୬ ପରାଜୟ ଓ ୩ ଡ୍ର ସହ ଭୁବନେଶ୍ୱର ଭିତ୍ତିକ ଓଡ଼ିଶା ଏଫ୍ସି ପଏଣ୍ଟ ଟେବୁଲର ୧୦ମ ସ୍ଥାନକୁ ଉନ୍ନୀତ ହୋଇଛି। ଦଳର ପଏଣ୍ଟ ସଂଖ୍ୟା ୬ରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ସମାନ ସଂଖ୍ୟକ ପଏଣ୍ଟ ପାଇଥିବା କେରଳ ବ୍ଲାଷ୍ଟର୍ସ ଗୋଲ ବ୍ୟବଧାନରେ ୧୧ତମ ସ୍ଥାନକୁ ଖସିଛି। ଚେନ୍ନାଇନ୍ ୧୦ ମ୍ୟାଚରୁ ୨ ବିଜୟ, ୫ ଡ୍ର ଓ ୩ ପରାଜୟ ସହ ୧୧ ପଏଣ୍ଟ ପାଇ ୮ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଓଡ଼ିଶା ଏଫ୍ସି ମାତ୍ର ୩ଟି ଏବଂ ଚେନ୍ନାଇନ୍ ୨ଟି ଶଟ୍ ଟାର୍ଗେଟ କରି ପାରିଥିଲେ। ପାଖାପାଖି ଡଜନେ ଥର ଉଭୟ ଦଳ ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲେ ହେଁ ଉପଯୁକ୍ତ ଫିନିଶିଂ ହୋଇପାରି ନ ଥିଲା। ଶେଷ ୧୦ ମିନିଟରେ ଚେନ୍ନାଇନ୍ ଆକ୍ରମଣକୁ ଜୋରଦାର କରି ବିଜୟୀ ହେବାକୁ ଉଦ୍ୟମ କରିଥିଲେ ହେଁ ଓଡ଼ିଶା ଡିଫେନ୍ସ ବିଭାଗ ଦୃଢ଼ତାର ସହ ତାହାକୁ ଖଣ୍ଡନ କରିଥିଲା। ଅନ୍ୟଏକ ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ୩-୨ ଗୋଲରେ ଜାମସେଦପୁର ଏଫ୍ସିକୁ ପରାସ୍ତ କରିଛି।