Stephen Eze of Jamshedpur FC heads the ball during match 32 of the 7th season of the Hero Indian Super League between NorthEast United FC and Jamshedpur FC held at the Tilak Maidan Stadium, Goa, India on the 18th December 2020 Photo by Faheem Hussain/ Sportzpics for ISL
ଭାସ୍କୋ, ୧୯।୧୨-
ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ନର୍ଥଇଷ୍ଟ ୟୁନାଇଟେଡ ଶୁକ୍ରବାର ପ୍ରଥମ ପରାଜୟ ବରଣ କରିଛି। ଅନିକେତ ଯାଦବଙ୍କ ଗୋଲ ବଳରେ ଜାମସେଦପୁର ଏଫ୍ସି ରୋମାଞ୍ଚକ ମ୍ୟାଚରେ ୧-୦ ଗୋଲରେ ନର୍ଥଇଷ୍ଟକୁ ପରାସ୍ତ କରିଛି। ଆଇଏସ୍ଏଲ୍ରେ ଏହାଥିଲା ୫୦୦ତମ ମ୍ୟାଚଥିବାବେଳେ ଅନିକେତ ୫୩ତମ ମିନିଟରେ ମ୍ୟାଚ ବିଜୟୀ ଗୋଲଟି ସ୍କୋର କରିଥିଲେ। ଜାମସେଦପୁର ଗୋଲକିପର ଟି.ପି. ପ୍ରଜନେଶଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା। ଦ୍ୱିତୀୟାର୍ଦ୍ଧରେ ସେ ଏକ ପେନାଲ୍ଟି ଗୋଲ ସେଭ୍ କରି ନର୍ଥଇଷ୍ଟ ବିପକ୍ଷରେ ଜାମସେଦପୁରର ଅପରାଜେୟ ଧାରାକୁ ଅପରିବର୍ତ୍ତିତ ରଖିଛନ୍ତି। ଷ୍ଟାର୍ଟିଂ ଲାଇନ୍ଅପ୍ରେ ନର୍ଥଇଷ୍ଟ ୨ଟି ଓ ଜାମସେଦପୁର ୩ ବଦଳ କରି ମ୍ୟାଚ ଖେଳିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ୧୮ତମ ମିନିଟରେ ନର୍ଥଇଷ୍ଟ ପାଇଁ ଇଦ୍ରିସା ସିଲା ଓ ଆପିଆ ମିଳିତଭାବେ ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ବଲ୍ ବାର୍ ଉପରିଭାଗରେ ବାଜି ଚାଲି ଯାଇଥିଲା। ଜାମସେଦପୁରର ଜ୍ୟାକିଚାନ୍ଦ ସିଂ ପାସ୍ ଅଫ୍ ଦି ମ୍ୟାଚ ଏବଂ ପିଟର ହାର୍ଟଲେ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ। ୭ ମ୍ୟାଚରୁ ୨ ବିଜୟ, ୪ ଡ୍ର ଓ ୧ ପରାଜୟ ସହ ଜାମସେଦପୁର ୧୦ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ନର୍ଥଇଷ୍ଟ ୭ ମ୍ୟାଚରୁ ସମାନ ସଂଖ୍ୟକ ବିଜୟ, ଡ୍ର ଓ ପରାଜୟ ସହ ୧୦ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଜାମସେଦପୁର ଉପରକୁ ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି।