Federico Gallego Revetria of NorthEast United FC and Cy Goddard of Mumbai City FC during match 2 of the 7th season of the Hero Indian Super League between NorthEast United FC and Mumbai City FC held at the Tilak Maidan Stadium, Goa, India on the 21st November 2020 Photo by Faheem Hussain / Sportzpics for ISL
ଭାସ୍କୋ,୨୨।୧୧: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ନର୍ଥଇଷ୍ଟ ୟୁନାଟେଡ୍ କ୍ଲବ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ସ୍ଥାନୀୟ ତିଳକ ମଇଦାନ ଷ୍ଟାଡିୟମରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍ରେ ନର୍ଥଇଷ୍ଟ ୧-୦ ଗୋଲରେ ଶକ୍ତିଶାଳୀ ମୁମ୍ବାଇ ସିଟି ଏଫ୍ସିକୁ ପରାସ୍ତ କରିଛି। ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ମ୍ୟାଚ୍ ଗୋଲ ଶୂନ୍ୟ ଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ପରେ ୪୯ତମ ମିନିଟ୍ରେ ନର୍ଥଇଷ୍ଟର ଘାନା ଷ୍ଟ୍ରାଇକର କ୍ୱେସି ଅପିଆ ପେନାଲ୍ଟି ଜରିଆରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ଉଭୟ ଦଳ କେତୋଟି ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେଇପାରି ନ ଥିଲେ। ଇଞ୍ଜୁରୀ ଟାଇମର ୬ ମିନିଟ୍ରେ ଗୋଲ ପରିଶୋଧ କରିବାକୁ ମୁମ୍ବାଇ ସିଟି ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା। ଶେଷରେ ନର୍ଥଇଷ୍ଟ ବାଜି ମାରିଥିଲା। ମ୍ୟାଚ୍ର ୪୩ତମ ମିନିଟ୍ରେ ମୁମ୍ବାଇ ସିଟିର ମରକ୍କୋ ମିଡ୍ଫିଲ୍ଡର ଅହମ୍ମଦ ଜାହୋଙ୍କୁ ରେଡ୍ କାର୍ଡ ଦେଖାଯାଇଥିଲା। ପରାସ୍ତ ହୋଇଥିଲେ ମଧ୍ୟ ମୁମ୍ବାଇ ବଲ୍କୁ ଅଧିକ ସମୟ ନିଜ ଅକ୍ତିଆରରେ ରଖିଥିଲା। ଅଧିକ ପାସ୍ ଦେବାରେ, ପାସ୍ ଆକ୍ୟୁରେସିରେ ମୁମ୍ବାଇ ସିଟି ଆଗରେ ରହିଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା।