Sunil Chhetri of Bengaluru FC and Yendrembam Denechandra Meitei of Kerala Blasters FC during match 65 of the 7th season of the Hero Indian Super League between Kerala Blasters FC and Bengaluru FC held at the GMC Stadium Bambolim, Goa, India on the 20th January 2021 Photo by Faheem Hussain/ Sportzpics for ISL
ବାମ୍ବୋଲିମ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇଏସ୍ଏଲ୍)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ କେରଳ ବ୍ଲାଷ୍ଟର୍ସ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବେଙ୍ଗାଲୁରୁ ତରଫରୁ ବ୍ରାଜିଲ ଷ୍ଟ୍ରାଇକର କ୍ଲେଇଟନ ସିଲ୍ଭା ୨୩ତମ ମିନିଟ୍ରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ କେରଳ ପ୍ରତ୍ୟାବର୍ତ୍ତନ କରି ଇଞ୍ଜୁରୀ ଟାଇମ୍ରେ ବିଜୟୀ ହୋଇଥିଲା। ଦଳ ତରଫରୁ ମିଜୋରାମ ଫୁଟବଲର ଲାଲଥାଥାଙ୍ଗା ଖାଓ୍ବାହିରିଂ ୭୩ ମିନିଟ୍ରେ ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନସ୍ତରକୁ ଆଣିଥିଲେ। ଇଞ୍ଜୁରି ଟାଇମ୍ର ଚତୁର୍ଥ ମିନିଟ୍ରେ ରାହୁଲ କାନୋଲି ପ୍ରବୀନ ଗୋଲ ଦେଇ କେରଳକୁ ବିଜୟୀ କରାଇବା ସହ ବେଙ୍ଗାଲୁରୁକୁ ନିରାଶ କରିଥିଲେ। ଏଥିସହି କେରଳ ୧୨ ମ୍ୟାଚ୍ ଖେଳି ୧୩ ପଏଣ୍ଟ ହାସଲ କରିବା ସହ ତାଲକାର ନବମ ଓ ବେଙ୍ଗାଲୁରୁ ୧୨ ମ୍ୟାଚ୍ ଖେଳି ସମାନ ୧୩ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନରେ ସପ୍ତମ ସ୍ଥାନରେ ରହିଛି।