Stephen Eze of Jamshedpur FC celebrates after scoring a goal during match 41 of the 7th season of the Hero Indian Super League between Bengaluru FC and Jamshedpur FC held at the Fatorda Stadium, Goa, India on the 28th December 2020 Photo by Faheem Hussain / Sportzpics for ISL
ଫତୋର୍ଦା, ୨୯।୧୨-ଇଣ୍ଡିଆନ ସୁପରଲିଗ୍ର ସୋମବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫସି ୧-୦ ଗୋଲରେ ବେଙ୍ଗାଲୁରୁ ଏଫସିକୁ ପରାସ୍ତ କରିଛି। ମ୍ୟାଚର ୭୯ତମ ମିନିଟରେ ଷ୍ଟିଫେନ୍ ଏଜେ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଅନିକେତ ଯାଦବ ତାଙ୍କୁ ଗୋଲ ଦେବାରେ ସହାୟକ ହୋଇଥିଲେ। ଏଠାରେ ବିଜୟ ଫଳରେ ଜାମସେଦପୁର ୩ଟି ସ୍ଥାନ ଉପରକୁ ଉଠି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚତ୍ ଯାଇଛି। ପୂର୍ବରୁ ଦଳ ୬ଷ୍ଠ ସ୍ଥାନରେ ଥିଲା। ଦଳ ୯ ମ୍ୟାଚ ଖେଳି ୩ ବିଜୟ, ୪ ଡ୍ର ଓ ୨ ପରାଜୟ ସହ ୧୩ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ୮ ମ୍ୟାଚରୁ ୩ ବିଜୟ, ୩ ଡ୍ର ଓ ୨ ପରାଜୟ ସହ ୧୨ ପଏଣ୍ଟରେ ସ୍ଥିର ରହି ୪ର୍ଥ ସ୍ଥାନକୁ ଖସିଛି।