Eli Sabia of Chennaiyin FC during match 47 of the 7th season of the Hero Indian Super League between Chennaiyin FC and Hyderabad FC held at the GMC Stadium Bambolim, Goa, India on the 4th January 2021 Photo by Deepak Malik/ Sportzpics for ISL
ବାମ୍ବୋଲିମ୍, ୫।୧-ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ମ୍ୟାଚରେ ହାଇଦ୍ରାବାଦ୍ ଏଫ୍ସି ୪-୧ ଗୋଲରେ ଚେନ୍ନାଇନ୍ ଏଫ୍ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବାବେଳେ ଦ୍ୱିତୀୟାର୍ଦ୍ଧରେ ୫ଟି ଯାକ ଗୋଲ ହୋଇଥିଲା। ହାଇଦ୍ରାବାଦ୍ ଦଳ ପକ୍ଷରୁ ହାଲି ଚରନ ନାର୍ଜାରି ୫୩ ଓ ୭୯ତମ ମିନିଟରେ ୨ଟି ଏବଂ ଜୋଏଲ ଚାଇନିଜ୍ ୫୦ ଓ ଜାଓ ଭିକ୍ଟର ୭୪ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଚେନ୍ନାଇନ୍ ପକ୍ଷରୁ ଅନିରୁଦ୍ଧ ଥାପ୍ପା ୬୭ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଫ୍ରାନ୍ ସାଣ୍ଡାଜା ପାସ୍ ଅଫ୍ ଦି ମ୍ୟାଚ ଏବଂ ନାର୍ଜାରି ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଏହି ମ୍ୟାଚପରେ ହାଇଦ୍ରାବାଦ ଏଫ୍ସି ୯ ମ୍ୟାଚରୁ ୩ ବିଜୟ, ପରାଜୟ ଓ ଡ୍ର ସହ ୧୨ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ପୂର୍ବରୁ ଦଳ ୮ମ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ଚେନ୍ନାଇନ୍ ୯ ମ୍ୟାଚରୁ ୨ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ୧୦ ପଏଣ୍ଟରେ ସ୍ଥିର ରହି ୮ମ ସ୍ଥାନକୁ ଖସିଛି।