Joel Joseph Chianese of Hyderabad FC and Ivan Garrido Gonzalez of FC Goa during match 43 of the 7th season of the Hero Indian Super League between Hyderabad FC and FC Goa held at the Tilak Maidan Stadium, Goa, India on the 30th December 2020 Photo by Faheem Hussain/ Sportzpics for ISL
ଭାସ୍କୋଡାଗାମା,୩୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍(ଆଇଏସ୍ଏଲ୍)ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଗୋଆ ୨-୧ ଗୋଲରେ ହାଇଦ୍ରାବାଦ ଏଫ୍ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା ଓ ଗୋଲ ସ୍କୋର ହୋଇପାରି ନ ଥିଲା। ଦ୍ୱିତୀୟାର୍ଦ୍ଧରେ ସ୍ପେନ୍ ଷ୍ଟ୍ରାଇକର ଆଡ୍ରିଆନା ସାଣ୍ଟାନା ୫୮ତମ ମିନିଟ୍ରେ ଗୋଲ ଦେଇ ହାଇଦ୍ରାବାଦକୁ ଅଗ୍ରଣୀ କରାଇଥିଲେ। ତେବେ ୮୭ତମ ମିନିଟ୍ରେ ଗୋଆର ଇଶାନ ପଣ୍ଡିତା ଗୋଲ ଦେଇ ମ୍ୟାଚକୁ ସମାନ ସ୍ତରକୁ ଆଣିଥିଲେ। ଇଞ୍ଜୁରି ଟାଇମ୍ର ପ୍ରଥମ ମିନିଟ୍ରେ ସ୍ପେନ୍ ଷ୍ଟ୍ରାଇକର ଆଇଗର ଅଙ୍ଗୁଲୋ ଗୋଲ ଦେଇ ଗୋଆକୁ ଅଗ୍ରଣୀ କରାଇବା ସହ ବିଜୟୀ କରାଇଥିଲେ। ବଲ୍ ପଜେଶନ, ପାସ୍ ଓ ପାସ୍ ଆକୁରେସିରେ ଗୋଆ ଆଗରେ ରହିଥିଲା। ଏଥିସହ ଗୋଆ ୯ଟି ମ୍ୟାଚ ଖେଳି ୪ ବିଜୟ, ୨ ଡ୍ର ଓ ୩ ପରାଜୟ ସହ ୧୪ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ୍ ୮ଟି ମ୍ୟାଚ ଖେଳି ୨ ବିଜୟ, ୩ଟି ଲେଖାଏ ଡ୍ର ଓ ପରାଜୟ ସହ ୯ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।