Jorge Ortiz Mendoza of FC Goa and Mohammad Mobashir of Jamshedpur FC during match 58 of the 7th season of the Hero Indian Super League between FC Goa and Jamshedpur FC held at the Fatorda Stadium, Goa, India on the 14th January 2021 Photo by Faheem Hussain / Sportzpics for ISL
ଫତୋର୍ଦା, ୧୫।୧: ଜର୍ଜ ଓର୍ଟିଜ୍ଙ୍କ ଡବଲ ଗୋଲ ବଳରେ ଗୋଆ ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍ସିକୁ ୩-୦ରେ ପରାସ୍ତ କରିଛି। ଓର୍ଟିଜ ମ୍ୟାଚର ୧୯ ଓ ୫୨ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ଆଲେକଜାଣ୍ଡର ଲିମା ୮୯ତମ ମିନିଟରେ ଅନ୍ୟ ଗୋଲଟି ସ୍କୋର କରିଥିଲେ। ଏହି ବିଜୟ ଫଳରେ ଗୋଆ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପୂର୍ବରୁ ୪ର୍ଥ ସ୍ଥାନରେ ଥିବା ଗୋଆ ଏପର୍ଯ୍ୟନ୍ତ ୧୧ ମ୍ୟାଚ ଖେଳି ସାରିଥିବାବେଳେ ୫ ବିଜୟ ଏବଂ ୩ଟି ଲେଖାଏ ଡ୍ର ଓ ପରାଜୟ ସହିତ ୧୮ ପଏଣ୍ଟରେ ପହଞ୍ଚତ୍ଛି। ମୁମ୍ବାଇ ସିଟି ଏଫ୍ସି ୨୫ ଓ ଏଟିକେ ମୋହନବାଗାନ ୨୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ଜାମସେଦପୁର ୧୧ ମ୍ୟାଚରୁ ୩ ବିଜୟ, ୪ ଡ୍ର ଓ ୪ ପରାଜୟ ସହ ୧୩ ପଏଣ୍ଟରେ ସ୍ଥିର ରହି ୭ମ ସ୍ଥାନକୁ ଖସିଛି। ଗୋଆ ୧୬ ଗୋଲ ଦେଇଥିବାବେଳେ ୧୧ ବରଣ କରିଛି। ଗୋଲବ୍ୟବଧାନ +୫ ରହିଛି। ଜାମସେଦପୁର ୧୨ ଗୋଲ ଦେଇଥିବାବେଳେ ୧୫ଟି ବରଣ କରିଥିବାରୁ ଗୋଲ ବ୍ୟବଧାନ -୩ ରହିଛି।