Fatkhulo Fatkhulloev of Chennaiyin FC celebrates his goal with players during match 102 of the 7th season of the Hero Indian Super League between Kerala Blasters FC and Chennaiyin FC held at the GMC Stadium, Bambolim, Goa, India on the 21st February 2021 Photo by Arjun Singh / Sportzpics for ISL
ମାର୍ଗାଓ,୨୨।୨: ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ରବିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଏଫ୍ସି ଗୋଆ ୨-୧ ଗୋଲରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି। ଗୋଆ ପକ୍ଷରୁ ଆଇଗର ଅଙ୍ଗୁଲୋ ୨୦ ଓ ରିଡିମ ଟିଲାଙ୍ଗ ୨୩ତମ ମିନିଟରେ ଗୋଲ ଦେଇଥିଲେ। ସେହିପରି ୩୩ତମ ମିନିଟ୍ରେ ବେଙ୍ଗାଲୁରୁ ତରଫରୁ ସୁରେଶ ସିଂ ଓ୍ବାଙ୍ଗ୍ଜାମ ଗୋଟିଏ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ବିଜୟ ସହ ଗୋଆ ପ୍ଲେ- ଅଫ୍ରେ ନିଜର ସ୍ଥାନ ନିଶ୍ଚିତ କରିଛି ଓ ଗତ ୧୨ଟି ମ୍ୟାଚ୍ରେ ଅପରାଜେୟ ରହିଛି। ଅନ୍ୟପଟେ ଏହି ପରାଜୟ ସହ ବେଙ୍ଗାଲୁରୁ ପ୍ଲେ- ଅଫ୍ ଆଶା ଧୂଳିସାତ୍ ହୋଇଛି। ସେହିପରି ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ କେରଳ ବ୍ଲାଷ୍ଟର୍ସ ଓ ଚେନ୍ନାଇନ ଏଫ୍ସି ପରସ୍ପରକୁ ଭେଟିଥିଲେ ଓ ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଛି। ଚେନ୍ନାଇନ୍ ତରଫରୁ ଫାଟଖୁଲୋ ଫାଟଖୁଲେଭ ଦଶମ ମିନିଟ୍ରେ ଗୋଲ ଦେଇଥିବା ବେଳେ କେରଳ ତରଫରୁ ୧୯ତମ ମିନିଟ୍ରେ ଗ୍ୟାରୀ ହୁପର ଗୋଲ ଦେଇଥିଲେ।