Ville Matti Steinmann of SC East Bengal celebrates after scoring a goal during match 52 of the 7th season of the Hero Indian Super League between Bengaluru FC and SC East Bengal held at the Fatorda Stadium, Goa, India on the 9th January 2021 Photo by Faheem Hussain / Sportzpics for ISL
ମାର୍ଗାଓ,୧୦।୧: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଇଷ୍ଟ ବେଙ୍ଗଲ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ବେଙ୍ଗାଲୁରୁ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ବେଙ୍ଗାଲୁରୁ ଏଥିସହିତ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ଏହି ମ୍ୟାଚର ଫଳାଫଳ ପଏଣ୍ଟ ତାଲିକାରେ କୌଣସି ପରିବର୍ତ୍ତନ ଆଣିପାରିନାହିଁ। ଏଥିସହ ବେଙ୍ଗାଲୁରୁ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ, ୩ ଡ୍ର ଓ ୪ଟି ପରାଜୟ ସହ ୧୨ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୧୦ଟି ମ୍ୟାଚ ଖେଳି ୨ ବିଜୟ, ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୧୦ ପଏଣ୍ଟ ପାଇ ତାଲିକାର ନବମ ସ୍ଥାନରେ ରହିଛି।
ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଇଷ୍ଟବେଙ୍ଗଲ ଗୋଲ ସ୍କୋର କରି ଅଗ୍ରଣୀ ହାସଲ କରିଥିଲା। ୨୦ତମ ମିନିଟ୍ରେ ଦଳ ତରଫରୁ ଜର୍ମାନୀ ସେଣ୍ଟ୍ରାଲ ମିଡ୍ଫିଲ୍ଡର ଭିଲେ ମାଟି ଷ୍ଟେଇନ୍ମ୍ୟାନ ଇଷ୍ଟବେଙ୍ଗଲ ପାଇଁ ଏକ ସୁନ୍ଦର ଗୋଲ ସ୍କୋର କରିଥିଲେ। ଏଥିସହିତ ଷ୍ଟେଇନ୍ମ୍ୟାନ ଚିଳିତ ସେସନରେ ତାଙ୍କର ତୃତୀୟ ଗୋଲ ସ୍କୋର କରିଥିଲେ। ଦାସଙ୍କଠାରୁ ମିଳିଥିବା ପାସ୍କୁ ସେ ସୁନ୍ଦର ଭାବେ ଗୋଲରେ ପରିଣତ କରିଥିଲେ। ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ଇଷ୍ଟ ବେଙ୍ଗଲ ଅପେକ୍ଷାକୃତ ଏକ ଦୃଢ ଦଳ ବିପକ୍ଷରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଇଷ୍ଟବେଙ୍ଗଲ ୧-୦ରେ ଅଗ୍ରଣୀ ରହିଥିଲା।
ସାରା ମ୍ୟାଚରେ ସଂଘର୍ଷ ଦେଖିବାକୁ ମିଳିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଏଫ୍ସି ଗୋଲ ପରିଶୋଧ କରିବାକୁ ଯଥେଷ୍ଟ ପ୍ରୟାସ କରିଥିଲା। କିନ୍ତୁ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ଅବଶ୍ୟ ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲା। ମ୍ୟାଚରେ କିନ୍ତୁ ଇଷ୍ଟ ବେଙ୍ଗଲ ଅପେକ୍ଷାକୃତ ଅଧିକ ଭଲ ପ୍ରଦର୍ଶନ କରିଥିଲା। ମ୍ୟାଚ ଶେଷ ପର୍ଯ୍ୟନ୍ତ ଏହି ଇଷ୍ଟ ବେଙ୍ଗଲ ଅଗ୍ରଣୀ ବଜାୟ ରଖି ବିଜୟୀ ହୋଇଥିଲା। ଇଷ୍ଟ ବେଙ୍ଗଲ ଖେଳାଳିମାନେ ଅଧିକ ସମୟ ବଲକୁ ନିଜ ପାଖରେ ରଖିବାରେ ସମର୍ଥ ହୋଇଥିଲେ। ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ବେଙ୍ଗାଲୁରୁ ପଛରେ ପଡିଥିଲା। ଏହି ବିଜୟ ଇଷ୍ଟ ବେଙ୍ଗଲ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ବ୍ୟାକ୍ରେ ବେଙ୍ଗାଲୁରୁ ସଂଘର୍ଷ କରୁଥିବା ଦେଖାଯାଇଥିଲା ଓ ଆଟାକ ମଧ୍ୟ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇ ନ ଥିଲା।