Rahim Ali of Chennaiyin FC celebrates the goal during match 33 of the 7th season of the Hero Indian Super League between FC Goa and Chennaiyin FC held at the Fatorda Stadium, Goa, India on the 19th December 2020 Photo by Deepak Malik / Sportzpics for ISL
ମାରଗାଓ,୨୦।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇନ୍ ଏଫ୍ସି ୨-୧ ଗୋଲରେ ଏଫ୍ସି ଗୋଆକୁ ପରାସ୍ତ କରିଛି। ଏଥିସହ ଚେନ୍ନାଇନ ୬ଟି ମ୍ୟାଚ ଖେଳି ୨ଟି ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଅନ୍ୟପଟେ ଗୋଆ ୭ଟି ମ୍ୟାଚ ଖେଳି ୨ଟି ବିଜୟ, ୨ଟି ଡ୍ର ଓ ୩ଟି ପରାଜୟ ସହ ୮ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।
ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଚେନ୍ନାଇନ୍ ତରଫରୁ ବ୍ରାଜିଲ ଷ୍ଟ୍ରାଇକର ରାଫାଏଲ କ୍ରିଭେଲାରୋ ପଞ୍ଚମ ମିନିଟ୍ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଏହାର ଠିକ୍ ୪ ମିନିଟ୍ ପରେ ଗୋଆ ତରଫରୁ ସ୍ପେନ୍ ରାଇଟ୍ ଓ୍ବିଙ୍ଗର ଜର୍ଜ ଓର୍ଟିଜ ମେଣ୍ଡୋଜା ନବମ ମିନିଟରେ ଗୋଲ ଦେଇ ମ୍ୟାଚ ୧-୧ ସମାନସ୍ଥିତିକୁ ଆଣିଥିଲେ ଓ ଏହା ପ୍ରଥମାର୍ଦ୍ଧ ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଚେନ୍ନାଇନ୍ ଫରଓ୍ବାର୍ଡ ରାହିମ ଅଲି ୫୩ ମିନିଟରେ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଇଞ୍ଜୁରି ଟାଇମ ବାବଦରେ ୬ ମିନିଟ ଖେଳ ହୋଇଥିଲେ ମଧ୍ୟ ମ୍ୟାଚରେ ଆଉ ଗୋଲ ସ୍କୋର ହୋଇ ନ ଥିଲା। ଫଳରେ ଚେନ୍ନାଇନ ବିଜୟୀ ହୋଇଥିଲା। କିନ୍ତୁ ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଗୋଆ ଆଗରେ ରହିଥିଲା। ଉଭୟ ଦଳ ଏକାଧିକ ସୁଯୋଗ ହାତଛଡ଼ା ମଧ୍ୟ କରିଥିଲେ।