Carl Gerard McHugh of ATKMB and Anirudh Thapa of Chennaiyin FC in action during match 42 of the 7th season of the Hero Indian Super League between Chennaiyin FC and ATK Mohun Bagan held at the GMC Stadium Bambolim, Goa, India on the 29th December 2020 Photo by Arjun Singh / Sportzpics for ISL
ବାମ୍ବୋଲିମ୍, ୩୦।୧୨-ଇଣ୍ଡିଆନ ସୁପରଲିଗ୍ରେ ମଙ୍ଗଳବାର ଚେନ୍ନାଇନ୍ ଏଫ୍ସି-ଏଟିକେ ମୋହନବାଗାନ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ଫଳରେ ମ୍ୟାଚଟି ଗୋଲଶୂନ୍ୟଭାବେ ଶେଷ ହୋଇଛି। ପଏଣ୍ଟ ଭାଗ କରିବା ଫଳରେ ଏଟିକେ ମୋହନବାଗାନ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଦଳ ୮ ମ୍ୟାଚ ଖେଳିସାରିଥିବାବେଳେ ୫ ବିଜୟ, ୨ ଡ୍ର ଓ ୧ ପରାଜୟ ସହ ୧୭ ପଏଣ୍ଟ ପାଇଛି। ଏଟିକେ ୮ଟି ଗୋଲ ଦେଇଥିବାବେଳେ ମାତ୍ର ୩ଟି ବରଣ କରିଛି। ଅନ୍ୟପକ୍ଷରେ ଚେନ୍ନାଇନ ୮ ମ୍ୟାଚରୁ ୨ ବିଜୟ, ୪ ଡ୍ର ଓ ୨ ପରାଜୟ ସହ ୧୦ ପଏଣ୍ଟ ପାଇ ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଏଟିକେର ଇଡୁ ଗାର୍ସିଆ ପାସ୍ ଅଫ୍ ଦି ମ୍ୟାଚ ଏବଂ ଗୋଲକିପର ଅରିନ୍ଦମ ଭଟ୍ଟାଚାର୍ଯ୍ୟ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।