Aridane Jesus Cabrera Santana of Hyderabad FC and Erik Paartalu of Bengaluru FC during match 9 of the 7th season of the Hero Indian Super League between Bengaluru FC and Hyderabad FC held at the Fatorda Stadium, Goa, India on the 28th November 2020 Photo by Deepak Malik / Sportzpics for ISL
ଫାଟୋର୍ଡା,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ବେଙ୍ଗାଲୁରୁ ଏଫ୍ସି ଓ ହାଇଦ୍ରାବାଦ ଏଫ୍ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଗୋଆର ଫାଟୋର୍ଡା ଷ୍ଟାଡିୟମରେ ଖେଳଯାଇଥିବା ଏହି ମ୍ୟାଚ୍ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରତି ସମୟ ଓ ୪ ମିନିଟ୍ର ଇଞ୍ଜୁରି ଟାଇମ୍ ପରେ ରେଫରି ଫାଇନାଲ ହ୍ବିସିଲ ମାରିଥିଲେ। କିନ୍ତୁ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ବଲ୍ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ହାଇଦ୍ରାବାଦ୍ ଆଗରେ ରହିଥିଲେ ମଧ୍ୟ ଗୋଲ ଦେଇ ପାରି ନ ଥିଲା। ଉଭୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ଗୋଲ ଶୂନ୍ୟ ଭାବେ ମ୍ୟାଚ୍ ଶେଷ ହୋଇଥିଲା। ଏଥିସହ ହାଇଦ୍ରାବାଦ ୨ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବେଙ୍ଗାଲୁରୁ ୨ଟି ମ୍ୟାଚ୍ ଖେଳି ୨ଟି ଡ୍ର ସହ ୨ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି।
ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ହାଇଦ୍ରାବାଦ୍ ଗୋଟିଏ ପଏଣ୍ଟ ପାଇଥିବାରୁ ସନ୍ତୁଷ୍ଟ ହୋଇ ନ ଥିବ। ବେଙ୍ଗାଲୁରୁ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଗୋଲପୋଷ୍ଟକୁ ହାଇଦ୍ରାବାଦ ଖେଳାଳି ୭ଟି ଶଟ୍ ମାରିଥିବା ବେଳେ ବେଙ୍ଗାଲୁରୁ ଖେଳାଳି ମାତ୍ର ଗୋଟିଏ ଶଟ୍ ମାରିଥିଲେ। ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁର ଖେଳ ଆଶାନୁରୂପ ହୋଇ ପାରି ନ ଥିଲା। ଗତ ମ୍ୟାଚ୍ରେ ହାଇଦ୍ରାବାଦ୍ ୧-୦ ଗୋଲରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପଟେ ଗତ ରବିବାର ବେଙ୍ଗାଲୁରୁ ଓ ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ହାଇଦ୍ରାବାଦ ତା’ର ପରବର୍ତ୍ତୀ ମ୍ୟାଚ୍ରେ ବୁଧବାର ଜାମଶେଦପୁରକୁ ଭେଟିବ। ସେହିପରି ବେଙ୍ଗାଲୁରୁ ଡିସେମ୍ବର ୪ ତାରିଖ ଶୁକ୍ରବାର ଚେନ୍ନାଇନ ଏଫ୍ସିକୁ ଭେଟିବ।