Sandesh Jhingan of ATKMB defends a corner kick during match 15 of the 7th season of the Hero Indian Super League between ATK Mohun Bagan and Odisha FC held at the Fatorda Stadium, Goa, India on the 3rd December 2020 Photo by Faheem Hussain / Sportzpics for ISL
ଫତୋର୍ଡା, ୪।୧୨-
୯୦ ମିନିଟରେ କଡ଼ା ଟକ୍କର। ଉଭୟ ଓଡ଼ିଶା ଏଫ୍ସି ଓ ଏଟିକେ ମୋହନବାଗାନ ଗୋଲଶୂନ୍ୟଭାବେ ୪ ମିନିଟ ଇଞ୍ଜୁରି ଟାଇମ୍ ଖେଳିଲେ। ଏହାର ୩ ମିନିଟ ପର୍ଯ୍ୟନ୍ତ ମଧ୍ୟ ଗୋଲ ନାହିଁ। ମାତ୍ର ଶେଷ ମୁହୂର୍ତ୍ତରେ ଗୋଲ ବରଣ ଯୋଗୁ ଓଡ଼ିଶା ଏଫ୍ସିକୁ ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ର ଗୁରୁବାର ମ୍ୟାଚରେ ଦୁଃଖଦ ପରାଜୟ ମିଳିଛି। ପୂରା ମ୍ୟାଚରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଫଳାଫଳ ଭୁବନେଶ୍ୱରଭିତ୍ତିକ ଏହି ଫ୍ରାଞ୍ଚାଇଜ୍କୁ ନିରାଶ କରିଛି। ଏଟିକେ ମୋହନବାଗାନର ତାରକା ଷ୍ଟ୍ରାଇକର ରୟ କ୍ରିଷ୍ଣା ପୁଣି ହିରୋ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ଇଞ୍ଜୁରି ଟାଇମ୍ ଗୋଲ ବଳରେ ଏଟିକେ ୩ ମ୍ୟାଚରୁ ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ପୂର୍ବ ୨ ମ୍ୟାଚରେ ଏହି ଦଳ ଯଥାକ୍ରମେ କେରଳ ବ୍ଲାଷ୍ଟର୍ସକୁ ୧-୦ ଏବଂ ଇଷ୍ଟବେଙ୍ଗଲକୁ ୨-୦ ଗୋଲରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ୩ ମ୍ୟାଚରୁ ଦ୍ୱିତୀୟ ପରାଜୟ ସହ ଓଡ଼ିଶା ଏଫ୍ସି ୧୦ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ମୋହନବାଗାନର ଟିରି ପାସ୍ ଅଫ୍ ଦି ମ୍ୟାଚ ଏବଂ କ୍ରିଷ୍ଣା ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ଲାଭ କରିଛନ୍ତି।