Jacques Maghoma of SC East Bengal during match 80 of the 7th season of the Hero Indian Super League between SC East Bengal and Bengaluru FC held at the Tilak Maidan Stadium, Goa, India on the 2nd February 2021 Photo by Deepak Malik/ Sportzpics for ISL
ଭାସ୍କୋ,୩।୨(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫ୍ସି ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। କ୍ୱାଲିଟି ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଇଷ୍ଟ ବେଙ୍ଗଲ ସୁଯୋଗର ସଦ୍ବ୍ୟବହାର କରିପାରି ନ ଥିଲା। ପୁଣି ଆତ୍ମଘାତୀ ଗୋଲ ପାଇଁ ଦଳ ପରାସ୍ତ ହୋଇଥିଲା। ସ୍ଥାନୀୟ ତିଲକ ମଇଦାନରେ ଅନୁଷ୍ଠିତ ଏହି ମାଚ୍ରେ ବେଙ୍ଗାଲୁରୁ ତରଫରୁ ବ୍ରାଜିଲ ଷ୍ଟ୍ରାଇକର କ୍ଲେଇଟନ ସିଲ୍ଭା ୧୧ତମ ମିନିଟ୍ରେ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାପରେ ୪୫ତମ ମିନିଟ୍ରେ ଇଷ୍ଟ ବେଙ୍ଗଲର ଦେବଜିତ ମଜୁମଦାରଙ୍କ ଦ୍ୱାରା ଆତ୍ମଘାତୀ ଗୋଲ ହୋଇଥିଲା। ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ବେଙ୍ଗାଲୁରୁ ୨-୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ବେଙ୍ଗାଲୁରୁ ବିଜୟୀ ହୋଇଥିଲା।
ବଲ ପଜେଶନ, ପାସ୍ ଓ ପାସ୍ ଆକ୍ୟୁରେସିରେ ଇଷ୍ଟ ବେଙ୍ଗଲ ଯଥେଷ୍ଟ ଆଗରେ ଥିଲା। ଏଥିସହ ବେଙ୍ଗାଲୁରୁ ୧୫ଟି ମ୍ୟାଚ୍ ଖେଳି ୪ ବିଜୟ, ୬ ଡ୍ର ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଅନ୍ୟପଟେ ଇଷ୍ଟ ବେଙ୍ଗଲ ୧୫ ମ୍ୟାଚ୍ ଖେଳି ୨ ବିଜୟ, ୭ ଡ୍ର ଓ ୬ ପରାଜୟ ସହ ୧୩ ପଏଣ୍ଟ ପାଇ ତାଲିକାର ଦଶମ ସ୍ଥାନରେ ରହିଛି।