Igor Angulo Alboniga of FC Goa takes the penalty during match 92 of the 7th season of the Hero Indian Super League between Chennaiyin FC and FC Goa held at the GMC Stadium, Bambolim, Goa, India on the 13th February 2021 Photo by Deepak Malik / Sportzpics for ISL
ବାମ୍ବୋଲିମ,୧୪।୨: ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ (ଆଇପିଏଲ)ର ଶନିବାର ମ୍ୟାଚ୍ରେ ଚେନ୍ନାଇନ୍ ଏଫ୍ସି ଓ ଏଫ୍ସି ଗୋଆ ପରସ୍ପରକୁ ଭେଟିଥିଲେ। ସ୍ଥାନୟ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ଭାବେ ଶେଷ ହୋଇଛି। ଖେଳର ୧୩ତମ ମିନିଟ୍ରେ ଚେନ୍ନାଇନ୍ ତରଫରୁ ଜାକବ ସିଲଭରଷ୍ଟର ପ୍ରଥମ ଗୋଲ ଦେଇଥିଲେ। ଏହାପରେ ୧୯ତମ ମିନିଟ୍ରେ ପେନାଲ୍ଟି ଜରିଆରେ ଗୋଆର ଆଇଗର ଅଙ୍ଗୁଲୋ ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନସ୍ତରକୁ ଆଣିଥିଲେ। ୬୦ତମ ମିନିଟ୍ରେ ଲାଲିଆନଜୁଆଲା ଚାଙ୍ଗଟେ ଫିଲ୍ଡ ଗୋଲ ଦେଇ ପୁଣି ଥରେ ଚେନ୍ନାଇନ୍କୁ ଅଗ୍ରଣୀ କରାଇଥିଲେ। ତେବେ ଅନ୍ତିମ ମୁହୂର୍ତ୍ତରେ ଇଞ୍ଜୁରି ଟାଇମ୍ର ଦ୍ୱିତୀୟ ମିନିଟ୍ରେ ଗୋଆ ତରଫରୁ ଇଶାନ ପଣ୍ଡିତ ଗୋଲ ଦେଇ ମ୍ୟାଚ୍କୁ ୨-୨ ଗୋଲ ସମାନସ୍ତରକୁ ଆଣିଥିଲେ। ଶେଷରେ ମ୍ୟାଚ୍ ଏହି ସ୍କୋରରେ ହିଁ ଅମୀମାଂସିତ ରହିଥିଲା। ଏଥିସହ ଗୋଆ ୧୭ ମ୍ୟାଚ୍ ଖେଳି ୨୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଚେନ୍ନାଇନ ୧୮ ମ୍ୟାଚ ଖେଳି ୧୮ ପଏଣ୍ଟ ସହ ତାଲକାର ଅଷ୍ଟମ ସ୍ଥାନରେ ରହିଛି।