ନୂଆଦିଲ୍ଲୀ,୪।୯: ଭାରତୀୟ ରେଳବିଭାଗ ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ ଯାତ୍ରା ପାଇଁ କେତେକ ବିଶେଷ ନିୟମ ଲାଗୁ କରିଛି। ଏହି ନିୟମଗୁଡ଼ିକ ପାଳନ ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ନିୟମଗୁଡ଼ିକ ବିଷୟରେ ଜାଣିବା ଆପଣଙ୍କ ପାଇଁ ଜରୁରୀ, ଯାହା ଆପଣଙ୍କୁ ଅସୁବିଧାରୁ ରକ୍ଷା କରିବ। ଏହି ନିୟମଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ଏବଂ ଟ୍ରେନରେ ଅନୁଶାସନ ବଜାୟ ରଖିବା। ଆସନ୍ତୁ ଜାଣିବା ସେ ସମ୍ପର୍କରେ…
ରାତିରେ ଲାଗୁ ହେଉଥିବା ବିଶେଷ ନିୟମ?
ରାତି ୧୦ଟା ପରେ ରେଳବାଇ କୋଚ ଭିତରେ ଅନୁଶାସନ ବଜାୟ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଏହି ସମୟରେ କୌଣସି ଯାତ୍ରୀ ଉଚ୍ଚ ସ୍ବରରେ କଥାବାର୍ତ୍ତା କିମ୍ବା ମୋବାଇଲରେ କଥା ହେବାକୁ ଅନୁମତି ନାହିଁ। ଇୟରଫୋନ ବିନା ଉଚ୍ଚ ସ୍ବରରେ ମ୍ୟୁଜିକ ବଜାଇବା ମଧ୍ୟ ନିଷେଧ। ସେହିପରି, ନାଇଟ ଲାଇଟ ବ୍ୟତୀତ ଅନ୍ୟ ସମସ୍ତ ଆଲୋକ ବନ୍ଦ ରହିବା ଆବଶ୍ୟକ, ଯାହା ଅନ୍ୟ ଯାତ୍ରୀଙ୍କ ନିଦ୍ରାରେ ବାଧା ନ ସୃଷ୍ଟି କରେ।
TTE, ସର୍ଭିସ ଓ ସିଟ ସମ୍ବନ୍ଧୀୟ ନିୟମ:
IRCTC ଅନୁଯାୟୀ, ରାତି ୧୦ଟା ପରେ TTE ଯାତ୍ରୀଙ୍କ ଟିକେଟ ଯାଞ୍ଚ କରିବାକୁ ଆସିବେ ନାହିଁ। ଗ୍ରୁପରେ ଯାତ୍ରା କରୁଥିବା ଯାତ୍ରୀମାନେ ରାତିରେ ଉଚ୍ଚ ସ୍ବରରେ କଥାବାର୍ତ୍ତା କରିପାରିବେ ନାହିଁ। ଯଦି କୌଣସି ଯାତ୍ରୀଙ୍କ ପାଖରେ ମିଡିଲ୍ ବର୍ଥ ଅଛି, ତେବେ ସେ ରାତି ୧୦ଟା ପରେ ନିଜ ସିଟ ଖୋଲିପାରିବେ ଏବଂ ଲୋୟର ବର୍ଥର ଯାତ୍ରୀ ଏହାର ବିରୋଧ କରିପାରିବେ ନାହିଁ। ଏହା ସହିତ, ସେ ସକାଳ ୬ଟାରେ ନିଜ ସିଟ ବନ୍ଦ କରିବାର ସ୍ବାଧୀନତା ମଧ୍ୟ ପାଇବେ। ଏହା ବ୍ୟତୀତ, ରାତିରେ ଟ୍ରେନ ସର୍ଭିସ ଅନଲାଇନ ଖାଦ୍ୟ ପରିବେଷଣ କରିବ ନାହିଁ, ତଥାପି ଇ-କ୍ୟାଟେରିଂ ମାଧ୍ୟମରେ ପୂର୍ବରୁ ଅର୍ଡର କରାଯାଇଥିବା ଖାଦ୍ୟ ଡେଲିଭରୀ କରାଯାଇପାରିବ।
IRCTC ର ରାତ୍ରିକାଳୀନ ନିୟମ:
– ରାତି ୧୦ଟା ପରେ, TTE ଯାତ୍ରୀଙ୍କ ଟିକେଟ ଯାଞ୍ଚ କରିବାକୁ ଆସିବେ ନାହିଁ।
– ଆଲୋକ: ନାଇଟ ଲାଇଟ ବ୍ୟତୀତ ସମସ୍ତ ଆଲୋକ ବନ୍ଦ ରହିବା ଆବଶ୍ୟକ।
– ଗ୍ରୁପ୍ ଯାତ୍ରୀ: ରାତି ୧୦ଟା ପରେ ଗୋଷ୍ଠୀରେ ଯାତ୍ରା କରୁଥିବା ଯାତ୍ରୀମାନେ କଥାବାର୍ତ୍ତା କରିପାରିବେ ନାହିଁ।
– ମିଡିଲ ବର୍ଥ: ଯଦି ମିଡିଲ ବର୍ଥର ଯାତ୍ରୀ ନିଜ ସିଟ ଖୋଲନ୍ତି, ତେବେ ଲୋୟର ବର୍ଥର ଯାତ୍ରୀ ଏହାର ବିରୋଧ କରିପାରିବେ ନାହିଁ।
-ଖାଦ୍ୟ ସେବା: ରାତି ୧୦ଟା ପରେ ଟ୍ରେନ ସର୍ଭିସ ଅନଲାଇନ ଖାଦ୍ୟ ପରିବେଷଣ କରିବ ନାହିଁ। ତଥାପି, ଇ-କ୍ୟାଟେରିଂ ମାଧ୍ୟମରେ ପୂର୍ବରୁ ଅର୍ଡର କରାଯାଇଥିବା ଖାଦ୍ୟ କିମ୍ବା ନାସ୍ତା ରାତିରେ ଡେଲିଭରୀ କରାଯାଇପାରିବ।
ଏହି ନିୟମଗୁଡ଼ିକ ଯାତ୍ରୀଙ୍କୁ ଆରାମଦାୟକ ଏବଂ ନିରାପଦ ଯାତ୍ରା ପ୍ରଦାନ କରିବା ସହ ଟ୍ରେନରେ ଶୃଙ୍ଖଳା ବଜାୟ ରଖିବାରେ ସହାୟକ ହେବ।