ଭାରତୀୟ ରେଲଓ୍ବେର ବଡ଼ ନିଷ୍ପତ୍ତି, ୩ ମାସ ବନ୍ଦ ରହିବ ଟ୍ରେନ ଚଳାଚଳ

ନୂଆଦିଲ୍ଲୀ,୩୦।୧୧: ଶୀତରତୁ ଆସିବା ସହ ଥଣ୍ଡା ବଢିବାରେ ଲାଗିଛି। ମାତ୍ରାଧିକ ଶୀତଫଳରେ ରାତିରେ କୁହୁଡିର ମାତ୍ରା ବଢିବାରେ ଲାଗିଛି। ଏହି କୁହୁଡିକୁ ଆଖି ଆଗରେ ରଖି ରେଳବାଇ ପକ୍ଷରୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। ଚନ୍ଦୌସୀ ଦେଇ ଯାଉଥିବା ତିନି ଯୋଡ଼ା ଟ୍ରେନ୍କୁ ବାତିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ବରେଲି, ମୋରାଦାବାଦ ରୁ ବରେଲି ପାସେଞ୍ଜର ଏବଂ କାମାକ୍ଷାରୁ ଆନନ୍ଦ ବିହାର ଟର୍ମିନାଲ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଡିସେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଏହି ସବୁ ଟ୍ରେନକୁ ବାତିଲ କରାଯାଇଛି। ଏହି ଟ୍ରେନଗୁଡ଼ିକ ବନ୍ଦ ହେବା ଯୋଗୁଁ ବରେଲି ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବେ। ଏହି ଟ୍ରେନକୁ ଛାଡିଦେଲେ ଚନ୍ଦୌସୀ ଏବଂ ବରେଲି ମଧ୍ୟରେ ସାଧାରଣ ଟିକେଟରେ ଯାତ୍ରା ପାଇଁ କୌଣସି ଟ୍ରେନ ଉପଲବ୍ଧ ନାହିଁ।

Share