ୟୁଏଇରେ ସ୍ତ୍ରୀଙ୍କୁ ହତ୍ୟାକଲେ ଭାରତୀୟ

ଶାରଜା, ୨୨ା୭: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଜଣେ ଭାରତୀୟ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ମହିଳା ହେଉଛନ୍ତି କେରଳର ଅତୁଲ୍ୟା ଶେଖର। ରବିବାର ଶାରଜାସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ ହୋଇଛି। ଅତୁଲ୍ୟାଙ୍କ ଗଳା ଚିପି ସ୍ବାମୀ ସତୀଶ ହତ୍ୟା କରିଥିବା ନେଇ କେରଳରେ ଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କେରଳ ପୋଲିସ ଅତୁଲ୍ୟାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିଛି।