ରେଳଟ୍ରାକ ଉପରେ କେହି ଆତ୍ମହତ୍ୟା ଉଦ୍ୟମ କଲେ, କ’ଣ କଥା ହୁଅନ୍ତି ଲୋକୋ ପାଇଲଟ? ତାଜୁବ ହୋଇଯିବେ…

ବିଭିନ୍ନ କାରଣ ଯୋଗୁଁ ଲୋକମାନେ ଜୀବନ ହାରବାକୁ ସମସ୍ୟାର ସବୁ ସମାଧାନ ବୋଲି ଧରିନିଅନ୍ତି । ପାଣିକୁ ଡେଇଁ ହାତ କାଟି ନିଜ ଜୀବନ ଶେଷ କରିଦିଅନ୍ତି । କେହି କେହି ଟ୍ରେନ ଟ୍ରାକ ଉପରେ ଶୋଇ ରହି ନିଜ ମୃତ୍ୟୁ ରୂପୀ ଲୌହ ଦାନବକୁ ଅପେକ୍ଷା କରନ୍ତି । ଏହା ପାପ ଜାଣି ସୁଦ୍ଧା ବି ଲୋକମାନେ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଟ୍ରେନରେ ହଜାର ହଜାର ଯାତ୍ରୀ ଯାତାୟତ କରୁଥିଲେ ବି ସାମ୍ନାରେ କ୍ୟାବିନରେ ଥିବା ଲୋକୋ ପାଇଲଟ ସବୁ ଘଟଣାର ସାକ୍ଷୀ ଥାଆନ୍ତି । ଯଦି କୌଣସି ଲୋକ ଜୀବନ ହାରିବାକୁ ଉଦ୍ୟମ ପାଇଁ ରେଳ ଟ୍ରାକ ଉପରେ ଶୋଇଥାନ୍ତି କିମ୍ୱା ଚଳନ୍ତା ରେଳ ଆଗକୁ ଡେଇଁପଡନ୍ତି, ସର୍ବପ୍ରଥମେ ଲୋକୋ ପାଇଲଟ ସେ ବାବଦରେ ଅବଗତ ହୋଇଥାନ୍ତି ।

ଏବେ ପ୍ରଶ୍ନ ଆସୁଛି, ଜଣେ ଲୋକୋ ପାଇଲଟ ଭାବରେ, ଯେତେବେଳେ ଜଣେ ଜୀବନ ହାରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଆପଣଙ୍କ ରେଳ ଟ୍ରାକ ଆଗକୁ ଆସନ୍ତି ସେତେବେଳେ ୨ ଲୋକୋ ପାଇଲଟ କିପରି ଅନୁଭବ କରନ୍ତି?  ଉଭୟ ପରସ୍ପର ସହ କଣ କଥା ହୁଅନ୍ତି?

ଭାରତୀୟ ରେଳବାଇର ପୂର୍ବତନ ବରିଷ୍ଠ ସହାୟକ ଲୋକ ପାଇଲଟ ଭାବେ କାର୍ଯ୍ୟରତ ଥିବା ସତୀଶ ଶ୍ରୀବାସ୍ତବ Quoraରେ  କହିଛନ୍ତି, ପ୍ରାୟ ପ୍ରତ୍ୟେକ ଲୋକୋ ପାଇଲଟ ଏହି ପରିସ୍ଥିତର ସମ୍ମୁଖୀନ ହୋଇଛନ୍ତି । ଯେତେବେଳେ ଆମେ କୌଣସି ବ୍ୟକ୍ତିଙ୍କୁ ଟ୍ରାକରେ ଦେଖୁ ପ୍ରଥମେ ସଚେତନ କରିବା ପାଇଁ ହର୍ଣ୍ଣ ବଜାଇଥାଉ । ବେଳେବେଳେ କେହି ଦୌଡି ପଳାନ୍ତି, କେହି କେହି ଯାଆନ୍ତି ନାହିଁ । ମୁଁ ଟ୍ରାକରେ ଅନେକ ଲୋକଙ୍କୁ କେବଳ ସେଲଫି ନେବା ପାଇଁ ଦେଖିଛି । ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାର ସମ୍ଭାବନା ବହୁତ କମବୋଲି କୁହନ୍ତି ସତୀଶ ।

ତାଙ୍କ କହିବା କଥା, ଯଦିଓ ଜରୁରୀକାଳୀନ ବ୍ରେକ ଲଗାଇବା ପରେ ମଧ୍ୟ ଟ୍ରେନର ବେଗ ଘଣ୍ଟା ପ୍ରତି ୧୦୦କିମି ଥାଏ, ତେବେ ଟ୍ରେନଟି ଅଟକିବା ପାଇଁ ଅତିକମରେ ୬୦୦-୮୦୦ ମିଟର ସମୟ ନିଏ ଏବଂ ଶେଷରେ ଯେତେବେଳେ ଆମେ ନିଶ୍ଚିତ ହୋଇଯାଉ ଯେ ଆମେ ତାଙ୍କୁ ରକ୍ଷା କରିପାରିବୁ ନାହିଁ ସେତେବେଳେ “ଆମେ ପ୍ରାର୍ଥନା କରୁ ଓ ଟ୍ରେନ ଚଲାଇବା ଜାରି ରଖୁ…।”