Categories: Home Leftଖେଳ

ଦୂତି ଚାନ୍ଦଙ୍କୁ ଝଟକା, ଡୋପିଂ କାରଣରୁ ୪ ବର୍ଷ ପାଇଁ ହେଲେ ବାସନ୍ଦ

ନୂଆଦିଲ୍ଲୀ,୧୮।୮: ଭାରତୀୟ ଆଥଲେଟ ଦୂତି ଚାନ୍ଦଙ୍କ ଉପରେ ୪ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପିଂ କାରଣରୁ ତାଙ୍କୁ ବାସନ୍ଦ କରାଯାଇଥିବା ଜଣାପଡିଛି। ଦୂତିିଙ୍କ ଟେଷ୍ଟ କରାଯାଇଥିଲା। ଏଥିରେ ସିଲେକ୍ଟିଭ ଆଣ୍ଡ୍ରୋଜେନ ରିସେପ୍ଟର ମଡ୍ୟୁଲେଟର (ଏସ୍‌ଏଆରଏମ୍‌) ମିଳିଥିଲା। ଦୂତିଙ୍କ ଉପରେ ଲଗାଯାଇଥିବା ୪ବର୍ଷର ପ୍ରତିବନ୍ଧକକୁ ୨୦୨୩ ଜାନୁୟାରୀ ୩ରୁ ବିଚାର କରାଯିବ। ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟଗଡିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନଗୁଡିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ (ଏଡିଡିପି) ଅଧ୍ୟକ୍ଷ ଚେତନ୍ୟ ମହାଜନ ଗୁରୁବାର ସୂଚନା ଦେଇଛନ୍ତି। ତଥାପି ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ ପ୍ୟାନେଲ (ଏଡିଏପି) ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ୨୦୨୧ରେ ସେ ଗ୍ରାଣ୍ଡ ପ୍ରିକ୍ସରେ ୧୦୦ ମିଟର ଦୌଡକୁ ୧୧.୧୭ସେକେଣ୍ଡରେ ପୂରଣ କରି ଏକ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ଅନେକ ସମୟରେ ଦୂତିି ଭଲ ପ୍ରଦର୍ଶନ କରିସାରିଛନ୍ତି।

ଖବର ଅନୁଯାୟୀ ନାଡା ଅଧିକାରୀମାନେ ଗତ ବର୍ଷ ଦୂତିଙ୍କ ନମୁନା ନେଇଥିଲେ। ଦୂତିଙ୍କ ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ, ଓଷ୍ଟାରିନ ଓ ଲିଗାଣ୍ଡ୍ରୋଲ ଆସିଥିଲା ବେଳେ ଦ୍ବିତୀୟ ନମୁନାରେ ଆଣ୍ଡାରିନ ଓ ଓଷ୍ଟାରିନ ଥିବା ସ୍ପଷ୍ଟ ହୋଇଥିଲା। ଦୂତିଙ୍କ ପାଖରେ ବି ନମୁନା ଟେଷ୍ଟ ଦେବାର ସୁଯୋଗ ଥିଲା। ଏଥିପାଇଁ ତାଙ୍କୁ ୭ ଦିନ ସମୟ ଦିଆଯାଇଥିଲା, କିନ୍ତୁ ଦୂତି ଏହା କରି ନ ଥିଲେ। ଚଳିତ ବର୍ଷ ଜାନୁୟାରୀରେ ରାଷ୍ଟ୍ରୀୟ ଆଣ୍ଟି-ଡୋପିଂ ଏଜେନ୍ସି(ନାଡା) ତାଙ୍କ ନିଲମ୍ବିତ କରିଥିଲା। ଏହି କାରଣରୁ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ପ୍ରତିଯୋଗିତାରୁ ଦୂରେଇ ଯାଉଥିଲେ। ସେ ବର୍ତ୍ତମାନ ନ୍ୟାଶନାଲ କ୍ୟାମ୍ପର ଏକ ଅଂଶନୁହଁନ୍ତି।

୨୦୨୧ରେ ସେ ଗ୍ରାଣ୍ଡ ପ୍ରିକ୍ସରେ ୧୦୦ ମିଟର ଦୌଡକୁ ୧୧.୧୭ସେକେଣ୍ଡରେ ପୂରଣ କରି ଏକ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ଅନେକ ସମୟରେ ଦୂତିି ଭଲ ପ୍ରଦର୍ଶନ କରିସାରିଛନ୍ତି।