Categories: Home Leftଖେଳ

ବିବାହ କଲେ ଏହି ଭାରତୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୮।୬: ଭାରତୀୟ ଦଳ ଜୁନ ୭ରୁ ଇଂଲଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଖେଳୁଛି। ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପରେ ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଭାରତୀୟ ପ୍ରଶଂସକଙ୍କୁ ଏକ ବଡ଼ ଖବର ଦେଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ରଚନା କୃଷ୍ଣଙ୍କୁ ବିବାହ କରିଛନ୍ତି। ଗତ ମଙ୍ଗଳବାର ପ୍ରସିଦ୍ଧ କୃଷ୍ଣଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା।

ନିର୍ବନ୍ଧର ଦୁଇ ଦିନ ପରେ ପ୍ରସିଦ୍ଧ କୃଷ୍ଣ ବିବାହ କରିଛନ୍ତି। ସେମାନଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ପ୍ରସିଦ୍ଧ କୃଷ୍ଣ ଦୀର୍ଘ ଦିନ ଧରି ତାଙ୍କ ଆଘାତ ସହ ସଂଘର୍ଷ କରିଆସୁଥିଲେ। ସେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି। ହେଲେ ଏହି ସିଜନରେ ଆଘାତ କାରଣରୁ ଖେଳି ପାରିନଥିଲେ। ପୂର୍ବ ସିଜନରେ ସେ ରାଜସ୍ଥାନ ପାଇଁ ଖେଳିବାବେଳେ ଚମତ୍କାର ପ୍ରଦର୍ଶନ କରିଥିଲେ।