Categories: Home Leftଖେଳ

ଭାରତ ଏସିଆନ ଗେମ୍ସରେ ଜିତିବ ଗୋଲ୍ଡ ମେଡାଲ: ରିଙ୍କୁ ସିଂଙ୍କ ଦାବି

ନୂଆଦିଲ୍ଲୀ,୧୮।୯: ଏସିଆନ ଗେମ୍ସରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଋତୁରାଜ ଗାୟକୱାଡ ହେବେ। ଏଥି ସହିତ ରିଙ୍କୁ ସିଂଙ୍କୁ ମଧ୍ୟ ଏହି ଦଳର ଏକ ଅଂଶ କରାଯାଇଛି। ଆଇପିଏଲ ୨୦୨୩ ସିଜନରେ ରିଙ୍କୁ ସିଂ କୋଲକାତା ନାଇଟ ରାଇଡର୍ସ ପାଇଁ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ୟଶ ଦୟାଲଙ୍କ ଶେଷ ୫ଟି ବଲରେ ଲଗାତାର ୫ ଛକା ମାରି ଦଳକୁ ବିଜୟ କରିଥିଲେ। ଯାହା ପରେ ରିଙ୍କୁ ସିଂ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି।

ଏସିଆନ ଗେମ୍ସ ପୂର୍ବରୁ ରିଙ୍କୁ ସିଂ ଏକ ବଡ଼ ଦାବି କରିଛନ୍ତି। ରିଙ୍କୁ ସିଂ କହିଛନ୍ତି, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବାରେ ଭାରତୀୟ ଦଳ ନିଶ୍ଚିତ ଭାବେ ସଫଳ ହେବ। ସେ ଆହୁରି ମଧ୍ୟ କହିଛନ୍ତି , ଆମର ଜଣେ ଦକ୍ଷ ଅଧିନାୟକ ଅଛନ୍ତି। ଆମ ଦଳର ନେତୃତ୍ୱ ଋତୁରାଜ ଗାୟକୱାଡ ନେବେ। ଋତୁରାଜ ଗାୟକୱାଡଙ୍କ ନେତୃତ୍ୱରେ ଖେଳିବାକୁ ମୁଁ ବହୁତ ଉତ୍ସାହିତ। ମୋର ବିଶ୍ୱାସ ଅଛି ଯେ ଭାରତୀୟ କ୍ରିକେଟ ଦଳ ନିଶ୍ଚିତ ଭାବରେ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବେ।