ନୂଆଦିଲ୍ଲୀ,୮ା୧୧: ଭାରତୀୟ ଚେସ୍ ଖେଳାଳି ରାହୁଲ ଭି.ଏସ୍ ଦେଶର ୯୧ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ଗୋଟିଏ ରାଉଣ୍ଡର ଖେଳ ବାକିଥାଇ ୬ଷ୍ଟ ଆସିଆନ ଇଣ୍ଡିଭିଜୁଆଲ ଚାମ୍ପିୟନଶିପ୍ ଜିତିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି।
୨୧ ବର୍ଷୀୟ ରାହୁଲ ହେଉଛନ୍ତି ଏସିଆନ ଜୁନିୟର ଚାମ୍ପିୟନ। ୨୦୨୧ରେ ଇଣ୍ଟରନ୍ୟାଶନାଲ ମାଷ୍ଟର ଟାଇଟଲ ଜିତିଥିଲେ। ସେତେବେଳେ ସେ ୨୪୦୦ ଲାଇଭ୍ ରେଟିଂ ଅତିକ୍ରମ କରିବା ପୂର୍ବରୁ ତାଙ୍କର ଚତୁର୍ଥ ଓ ପଞ୍ଚମ ଆଇଏମ୍ ନର୍ମ ହାସଲ କରିଥିଲେ।
ରାହୁଲ ଦେଶର ୯୧ତମ ଗ୍ରାଣ୍ଡମାଷ୍ଟର ହେବା ପରେ ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍) ସଭାପତି ନୀତୀନ ନାରଙ୍ଗ ତାଙ୍କୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ କୃତଜ୍ଞତା ଜଣାଇଛନ୍ତି। କିଛି ସପ୍ତାହ ମଧ୍ୟରେ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିବାରେ ରାହୁଲ ହେଉଛନ୍ତି ଭାରତର ଦ୍ୱିତୀୟ ଚେସ୍ ଖେଳାଳି। ଅକ୍ଟୋବର ୩୦ରେ ଅନ୍ୟ ଜଣେ ଯୁବ ପ୍ରତିଭା ଇଲମପାର୍ଥି ଏ.ଆର୍ ଏହି ସଫଳତା ହାସଲ କରିଥିଲେ।
Dharitri – Odisha’s No.1 Odia Daily