ଆମେରିକାରେ ସ୍ତ୍ରୀ, ପୁଅଙ୍କୁ ହତ୍ୟା ପରେ ଭାରତୀୟ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଓ୍ବାଶିଂଟନ,୩୦ା୪:ଆମେରିକାରେ ରହୁଥିବା ଭାରତୀୟ ପ୍ରଯୁକ୍ତି ଉଦ୍ୟୋଗୀ ହର୍ଷବର୍ଦ୍ଧନ ଏସ୍‌. କିକ୍କେରି ନିଜ ଘରେ ସ୍ତ୍ରୀ ଶ୍ୱେତା ପନ୍ୟମ ଓ ୧୪ ବର୍ଷର ପୁଅଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଗତ ୨୪ ତାରିଖରେ ଓ୍ବାଶିଂଟନର ନ୍ୟୁକାଷ୍ଟଲ୍‌ରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ତାଙ୍କର ଆଉ ଜଣେ ପୁଅ ବାହାରେ ରହୁଥିବାରୁ ବଞ୍ଚତ୍ୟାଇଛନ୍ତି। ୫୭ ବର୍ଷୀୟ ହର୍ଷବର୍ଦ୍ଧନ କ’ଣ ପାଇଁ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ। ତଦନ୍ତ ଜାରି ରହିଥିବା ପୋଲିସ କହିଛି।