ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର (Sample Papers)’ ଜାରି କରାଯାଇଛି। ଯଦି ଆପଣ ମଧ୍ୟ ଏହି ପରୀକ୍ଷାରେ ଶତପ୍ରତିଶତ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ଏହି ସାମ୍ପଲ ପେପରଗୁଡ଼ିକ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଭାରତୀୟ ସେନାରେ ସାମିଲ ହେବା ପାଇଁ ଅଗ୍ନିବୀର ନିଯୁକ୍ତି ଏକ ପ୍ରମୁଖ ମାଧ୍ୟମ। ଚଳିତ ବର୍ଷର ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ତେବେ ଅନେକ ସମୟରେ କଠିନ ପ୍ରଶ୍ନ ଯୋଗୁ ଯୋଗ୍ୟ ପ୍ରାର୍ଥୀମାନେ ଲିଖିତ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ସେନା ନିଜର ଅଫିସିଆଲ୍ ୱେବସାଇଟରେ ବିଭିନ୍ନ ଟ୍ରେଡ୍ ପାଇଁ ୪୫ଟି ସାମ୍ପଲ ପେପର ଅପଲୋଡ୍ କରିଛି।

ସେନା ପକ୍ଷରୁ ପ୍ରାୟ ସମସ୍ତ ବିଭାଗ ପାଇଁ ପରୀକ୍ଷା ପ୍ରଶ୍ନପତ୍ରର ନମୁନା ଜାରି କରାଯାଇଛି, ଯେମିତିକି:

* ଅଗ୍ନିବୀର ଜେନେରାଲ୍ ଡ୍ୟୁଟି (GD)
* ଟେକ୍ନିକାଲ୍ ଆସିଷ୍ଟାଣ୍ଟ ଏବଂ ଷ୍ଟୋର କିପର
* ଟ୍ରେଡ୍ସମ୍ୟାନ୍
* ମହିଳା ମିଲିଟାରୀ ପୋଲିସ (GD)
* ନର୍ସିଂ ଆସିଷ୍ଟାଣ୍ଟ ଏବଂ ହାଭିଲଦାର ଏଜୁକେସନ୍ (IT & Cyber)
* JCO (ଧାର୍ମିକ ଶିକ୍ଷକ – ପଣ୍ଡିତ, ମୌଲବୀ, ପାଦ୍ରୀ ଇତ୍ୟାଦି)

କିପରି ଡାଉନଲୋଡ୍ କରିବେ ଫ୍ରି ସାମ୍ପଲ ପେପର?

ଆପଣ ଘରେ ବସି ଅତି ସହଜରେ ଏହି ପ୍ରଶ୍ନପତ୍ରଗୁଡ଼ିକୁ ଡାଉନଲୋଡ୍ କରିପାରିବେ:

1. ପ୍ରଥମେ ସେନାର ଅଫିସିଆଲ୍ ୱେବସାଇଟ୍ ‘joinindianarmy.nic.in’ କୁ ଯାଆନ୍ତୁ।
2. ହୋମପେଜରେ ଥିବା ‘JCO/OR/Agniveer Enrolment’ ସେକ୍ସନକୁ ଯାଇ ‘What’s New’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
3. ଏହାପରେ ବାମ ପାର୍ଶ୍ୱରେ ଥିବା ‘Sample Question Paper’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
4. ନିଜର ସଂପୃକ୍ତ ଟ୍ରେଡ୍ ଚୟନ କରି ସବମିଟ୍ କରନ୍ତୁ ଏବଂ PDF ଫାଇଲକୁ ସେଭ୍ କରନ୍ତୁ।
5. ସିଧାସଳଖ ଡାଉନଲୋଡ୍ ପାଇଁ ଏହି ଲିଙ୍କ୍ ବ୍ୟବହାର କରନ୍ତୁ: https://share.google/aMCL0QFKz0t6bb0rW

ଏକ ସାକ୍ଷାତକାରରେ ଡିଜି ରିକ୍ରୁଟିଂ ଲେଫ୍ଟନାଣ୍ଟ ଜେନେରାଲ୍ ଅନୁପ ସିଂଘଲ କହିଛନ୍ତି ଯେ, ଯେଉଁ ପ୍ରାର୍ଥୀମାନେ ଏହି ସାମ୍ପଲ ପେପରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିଦେବେ, ସେମାନେ ଲିଖିତ ପରୀକ୍ଷାରେ ନିଶ୍ଚିତ ଭାବେ ସଫଳ ହେବେ।

 

ତେଣୁ ଆଉ ବିଳମ୍ବ ନକରି ଆଜି ହିଁ ନିଜର ପ୍ରସ୍ତୁତି ଆରମ୍ଭ କରନ୍ତୁ ଏବଂ ଦେଶସେବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ।

Dharitri – Odisha’s No.1 Odia Daily