ଭାରତୀୟ ଆର୍ମି ଲେଫ୍ଟନେଣ୍ଟ ଟ୍ରେନିଂ ସାରି ଫେରିଲେ ଶୁଭାଶିଷ : ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

କୋରାପୁଟ,୧୦ା୩(ଅମିତାଭ ବେହେରା): ଏନସିସିରେ ଉଲେଖନୀୟ ପ୍ରଦର୍ଶନ କରି ଗତ ୨୦୨୪ ମସିହାରେ ରାଜ୍ୟରେ ଏକ ମାତ୍ର କ୍ୟାଡେଟ ଭାରତୀୟ ଆର୍ମି ଲେଫ୍ଟମେଣ୍ଟ ଭାବେ ନିଯୁକ୍ତି ପାଇଥିବା କୋରାପୁଟର ପୁଅ ଶୁଭାଶିଷ ରଥଙ୍କୁ ରବିବାର କୋରାପୁଟ ଏନସିସି ପକ୍ଷରୁ ବିପୁଳ ସ୍ବାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ଗତ ୧୧ ମାସ ଧରି ଚେନାଇର ଅଫିସରସ ଟ୍ରେନିଂ ଏକାଡେମୀରୁ ଟ୍ରେନିଂ ସାରିବା ପରେ ରବିବାର କୋରାପୁଟରେ ଆସି ପହଂଚିଥିବାରୁ ତାଙ୍କୁ କୋରାପୁଟ ଏନସିସିର ଲେଫ୍ଟନେଣ୍ଟ ରାଜିନ୍ଦର ବରିହା, ତାଙ୍କ ଶିକ୍ଷକ ଗୁପ୍ତେଶ୍ୱର ସାହୁ, ସନ୍ତୋଷ ପଣ୍ଡା, କୋରାପୁଟ ଧରିତ୍ରୀ ପ୍ରତିନିଧି ଅମିତାଭ ବେହେରାଙ୍କ ସହ କୋରାପୁଟ ସରକାରୀ ମହାବିଦ୍ୟାଳୟର ଏନସିସି ୟୁନିଟର ସମସ୍ତ କ୍ୟାଡେଟ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।
ସୂଚନା ଥାଉକି ଯେ, ତାଙ୍କର ୧୧ ମାସ ଟ୍ରେନିଂ ପରେ ଶନିବାର ଚେନାଇର ଅଫିସର୍ସ ଟ୍ରେନିଂ ଏକାଡେମୀଠାରେ ତାଙ୍କର ପାସିଙ୍ଗ ଆଉଟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାପୁଟରୁ ତାଙ୍କ ବାପା ପତିତପାବନ ରଥ ଓ ମାତା ପୁଷ୍ପାଞ୍ଜଳି ରଥ ସାମିଲ ହୋଇଥିଲେ। ଏହି ପାସିଙ୍ଗ ଆଉଟ ପରେଡରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୭ ଜଣ ସାମିଲ ଥିଲେ।

Share