Mirage ୨୦୦୦: ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରିଥିବା ବିମାନ ହେଲା ଦୁର୍ଘଟଣାଗ୍ରସ୍ତ

ମଧ୍ୟପ୍ରଦେଶ,୬।୧: ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ଦୁର୍ଘଟଣଗ୍ରସ୍ଥ ହୋଇଛି ଭାରତୀୟ ବାୟୁସେନା ଲଢୁଆ ବିମାନ ମିରାଜ ୨୦୦୦। ନିୟମିତ ଅଭ୍ୟାସ ସମୟରେ ଏକ କ୍ଷେତରେ ବିମାନଟି ଖସି ପଡିଥିବା ସୂଚନା ମିଳିଛି। ବିମାନ ତଳକୁ ଖସିବା ପୂର୍ବରୁ ଦୁଇ ପାଇଲଟ ସୁରକ୍ଷିତ ଏଥିରୁ ବାହାରିଯିବାରେ ସକ୍ଷମ ହୋଇଛନ୍ତି। ନିଆଁ ଲାଗିବା ପୂର୍ବରୁ ପାଇଲଟ୍ ବିମାନକୁ ଆବାସିକ ଅଞ୍ଚଳରୁ ଦୂରରେ ରଖିବାରୁ ଏହା ନିକଟବର୍ତ୍ତୀ ଘରଗୁଡ଼ିକର କୌଣସି କ୍ଷତି କରିନଥିଲା।

ଖବର ପାଇ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତଦନ୍ତ ପାଇଁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଅଧିକ ଯାଞ୍ଚ ପରେ ଅଧିକ ବିବରଣୀ ପ୍ରକାଶ କରାଯିବ।

A Mirage 2000 fighter aircraft today crashed near Shivpuri in Madhya Pradesh while on a routine training sortie. Waiting for more information on the pilots. This was a twin seater aircraft. ⁦@ThePrintIndiapic.twitter.com/dVyUZWVkZ1

ଜାନୁଆରୀ ୫ ତାରିଖରେ, ଭାରତୀୟ ତଟରକ୍ଷୀ ବାହିନୀର ଏକ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଗୁଜୁରାଟର ପୋରବନ୍ଦରରେ ନିୟମିତ ଅଭ୍ୟାସ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ, ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଏବଂ ୩ ଜଣ ଅନ୍ୟ ସହଯୋଗୀ ସଦସ୍ୟ ଥିଲେ, ଯାହା ମଧ୍ୟରୁ ୩ ଜଣ ସହିଦ ହୋଇଥିଲେ।

ପୂର୍ବରୁ, ୪ ନଭେମ୍ବର, ୨୦୨୪ ରେ, ନିୟମିତ ଅଭ୍ୟାସ ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉତ୍ତର ପ୍ରଦେଶର ଆଗ୍ରାର ସୋଙ୍ଗା ଗ୍ରାମ ନିକଟରେ ଏକ MiG-29 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ୍ ସୁରକ୍ଷିତ ଭାବରେ ଖସିପଡ଼ିଥିଲେ, କୌଣସି କ୍ଷତି ହୋଇ ନ ଥିଲା।

Share