Categories: Home Middleଖେଳ

ପୁରୁଷ ହକି ବିଶ୍ୱକପ୍‌: ୪-୨ ଗୋଲରେ ଭାରତ ବିଜୟୀ

ଭୁବନେଶ୍ୱର,୧୯।୧: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ୪-୨ ଗୋଲରେ ଓ୍ବେଲ୍ସକୁ ହରେଇଛି। ଭାରତୀୟ ଦଳ ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଅଗ୍ରଣୀ ହାସଲ କରି ୱେଲ୍ସ ଦଳ ଉପରେ ଚାପ ପକାଇଥିଲା। ଟିମ୍‌ ଇଣ୍ଡିଆ ପାଇଁ ଶମଶେର ସିଂ ପ୍ରଥମ ଗୋଲ କରିଥିଲେ। ଏହାପରେ ଆକାଶଦୀପ ସିଂ ମ୍ୟାଚ୍‌ରେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତ ପାଇଁ ଦୁଇଟି ବଡ଼ ଗୋଲ ଦେବାରେ ସଫଳ ହୋଇଥିଲେ।

Share