Categories: Home Leftଖେଳ

ପ୍ରଥମେ ବ୍ୟାଟିଂ କରିବ ଭାରତ; ଉମେଶଙ୍କୁ ମିଳିଲା ସୁଯୋଗ

କେପ୍‌ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିବା ଅଧିନାୟକ ବିରାଟ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିଯୋଗୁ ହନୁମା ବିହାରୀ ବାଦ୍‌ ପଡ଼ିଛନ୍ତି। ପୂର୍ବ ମ୍ୟାଚ୍‌ରେ ଆହତ ହୋଇଥିବା ମହମ୍ମଦ ସିରାଜ ଦଳରୁ ବାଦ୍‌ ପଡ଼ିଥିବା ବେଳେ ଉମେଶ ଯାଦବଙ୍କୁ ଦଳରେ ସୁଯୋଗ ମିଳିଛି। ବରିଷ୍ଠ ମିଡ୍‌ଲ ଅର୍ଡର ବ୍ୟାଟର ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରା ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଏମାନଙ୍କ ଭଳି ଦଳରେ ସ୍ଥାନ ବଜାୟ ରଖିଛନ୍ତି ଅନ୍ୟ ଖେଳାଳିମାନେ।