ମୁମ୍ବାଇ,୫।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ହରାଇ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଫାଇନାଲରେ ପ୍ରବେଶ କରିଛି।
ମ୍ୟାଚ ହାଇସ୍କୋରିଂ ବିଶିଷ୍ଟ ହୋଇଥିଲେ ହେଁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକ ରହିଥିଲା। ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୨୫୩ ରନ କରିଥିଲା। ଜବାବରେ ଜ୍ୟାକବ ବେଥେଲଙ୍କ ଧୂଆଁଧାର ଶତକ ସହାୟତାରେ ଇଂଲଣ୍ଡ ୨୦ ଓଭରରେ ୭ ଉଇକେଟ ହରାଇ ୨୪୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷେ ଭାରତ ତୃତୀୟ ଦଳ ଭାବେ ଏଭଳି ସଫଳତା ପାଇଛି। ପୂର୍ବରୁ ପାକିସ୍ତାନ ୨୦୦୭ ଓ ୨୦୦୯ରେ ଏବଂ ଶ୍ରୀଲଙ୍କା ୨୦୧୨ ଓ ୨୦୧୪ରେ ଲଗାତର ଦୁଇ ଥର ଫାଇନାଲ ଖେଳିଥିଲା ଭାରତ ଆସନ୍ତା ରବିବାର ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ।
୨୦୦୭ ଓ ୨୦୨୪ରେ ଚାମ୍ପିୟନ ଭାରତ ତୃତୀୟ ଟାଇଟଲ ଆଶାରେ ରହିବ। ଅନ୍ୟପକ୍ଷରେ ୨୦୨୧ରେ ରନରଅପ୍ ନ୍ୟୁଜିଲାଣ୍ଡ ଏଥର ପ୍ରଥମଥର ଟାଇଟଲ ଜିତିବାକୁ ଉଦ୍ୟମ କରିବ।