Categories: ଖେଳ

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଭାରତକୁ ମିଳିବ: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ,୧୦ା୪: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ଭାରତକୁ ମିଳିବ। ଏହି ଇଭେଣ୍ଟ ଆୟୋଜନ ଲାଗି କାନାଡା ଓ ନାଇଜେରିଆ ଇଚ୍ଛା ପ୍ରକଟ କରୁଥିବା ସତ୍ତ୍ୱେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁବାର ଏଭଳି ଦୃଢ଼ୋକ୍ତି ଦେଇଛନ୍ତି। ମାର୍ଚ୍ଚ ୩୧ ତାରିଖ ସମୟସୀମା ମଧ୍ୟରେ ଉଭୟ କାନାଡା ଓ ନାଇଜେରିଆ ଏକ୍ସପ୍ରେଶନ ଅଫ ଇଣ୍ଟରେଷ୍ଟ (ଇଓଆଇ) ଦାଖଲ କରିଛନ୍ତି।

ସୂଚନା ମିଳିଛି ଯେ, କାନାଡା ଓ ନାଇଜେରିଆ ଇଚ୍ଛା ପ୍ରକଟ କରିଛନ୍ତି। କିନ୍ତୁ ଆମେ ନିଶ୍ଚିତ ଯେ, ଭାରତକୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ମିଳିବ। ଯଦି ଭାରତକୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ମିଳେ, ତେବେ ଆମେ ୨୦୩୬ ଅଲିମ୍ପକ୍ସ ଆୟୋଜନ ଲାଗି ଦକ୍ଷ ବୋଲି ପ୍ରଦର୍ଶିତ କରିପାରିବୁ।

ଏ ସଂକ୍ରାନ୍ତରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସହ ପରାମର୍ଶ ଚାଲିଛି। ଜୁନରେ ନୂଆ ଆଇଓସି ସଭାପତି କ୍ରିଷ୍ଟି କୋଭେଣ୍ଟ୍ରି ଦାୟିତ୍ୱ ନେଲା ପରେ ଭାରତ ତା’ର ଯୋଜନାକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତ ବୋଲି ମାଣ୍ଡବ୍ୟ କହିଛନ୍ତି।

ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟ୍ରେଲିଆର ଭିକ୍ଟୋରିଆ ବଦଳରେ ଗ୍ଲାସଗୋରେ ହେବ। ଆୟୋଜନ ଲାଗି ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଭିକ୍ଟୋରିଆ ଆୟୋଜନରୁ ପଛଘୁଞ୍ଚା ଦେଉଛି। ଏଥିଯୋଗୁ ପରବର୍ତ୍ତୀ ସଂସ୍କରଣ ଗ୍ଲାସଗୋରେ ହେବ ଏବଂ ଏଥିରୁ ବକ୍ସିଂ, ରେସଲିଂ, ହକି, କ୍ରିକେଟ, ବ୍ୟାଡ୍‌ମିଣ୍ଟନ ଓ ଶୁଟିଂ ଆଦି ଇଭେଣ୍ଟକୁ ବାଦ ଦିଆଯାଇଛି।

Share
Tags: sports