Berlin, Germany - November 04: Antonio Guterres, High Commissioner for Refugees of UNHCR, attends a press conference in german foreign office on November 04, 2015 in Berlin, Germany. (Photo by Michael Gottschalk/Photothek via Getty Images)
ମୁମ୍ବାଇ, ୧୯ା୧୦: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ୩ ଦିନିଆ ଭାରତ ଗସ୍ତରେ ଥିବାବେଳେ ବୁଧବାର ଆଇଆଇଟି ବମ୍ବେ ଛାତ୍ରୀଛାତ୍ରଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ଗୁଟେରସ୍ କହିଛନ୍ତି, ମନବାଧିକାରକୁ ସମ୍ମାନ ଓ ଏହାର ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା ଦ୍ୱାରା ଦେଶ ବିଶ୍ୱ ସ୍ତରରେ ବିଶ୍ୱସନୀୟତା ହାସଲ କରିବ। ଭାରତ ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍ଏଚ୍ଆର୍ସି)ର ନିର୍ବାଚିତ ସଦସ୍ୟ ହୋଇଥିବାରୁ ସାରା ବିଶ୍ୱରେ ମାନବ ଅଧିକାର ରକ୍ଷା, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସମେତ ସମସ୍ତ ବ୍ୟକ୍ତିଙ୍କ ଅଧିକାରକୁ ସୁରକ୍ଷା ଦେବା ଏହି ଦେଶର ଗୁରୁଦାୟିତ୍ୱ। ଭାରତର ବହୁବାଦ ନମୁନା ସରଳ ହୋଇଥିଲେ ବି ବୁଝାମଣାରେ ପରିପୂର୍ଣ୍ଣ। ଉଚ୍ଚକୋଟୀର ବିବିଧତା ଦେଶକୁ ଆହୁରି ସୁନ୍ଦର ଏବ ମଜଭୁତ କରୁଛି। ଏହାକୁ ଜାଣିବା ଏବଂ ବୁଝିବା ପ୍ରତି ଭାରତୀୟଙ୍କ ଜନ୍ମଗତ ଅଧିକାର। ହେଲେ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ପ୍ରତିଦିନ ଏହାର ନବୀକରଣ ଏବଂ ମଜଭୁତ କରାଯିବା ଜରୁରୀ ବୋଲି ଗୁଟେରସ୍ କହିଥିଲେ। ମହାତ୍ମା ଗାନ୍ଧୀଙ୍କ ମୂଲ୍ୟବୋଧକୁ ଆପଣାଇ ସବୁ ବର୍ଗର ବିଶେଷକରି ଦୁର୍ବଳ ଶ୍ରେଣୀର ନାଗରିକଙ୍କ ଅଧିକାର ଏବଂ ସମ୍ମାନ ବଜାୟ ରହିବା ଜରୁରୀ। ବହୁ-ଧାର୍ମିକ, ବହୁ-ସାଂସ୍କୃତିକ, ବହୁ ଜାତି ତଥା ସମାଜର ମୂଲ୍ୟ ଏବଂ ସେମାନଙ୍କ ଅବଦାନକୁ ଗୁରୁତ୍ୱ ଦିଆଯିବା ସହ ଘୃଣା ମନ୍ତବ୍ୟକୁ ନିନ୍ଦା କରିବା ଦ୍ୱାରା ମାନବାଧିକାର ରକ୍ଷା କରାଯାଇପାରିବ ବୋଲି ସେ ପ୍ରକାଶ କରିଥିଲେ। ଏହା ପୂର୍ବରୁ ଗୁଟେରସ୍ ୨୬/୧୧ ମୁମ୍ବାଇ ଆକ୍ରମଣର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।