ଭାରତ ଶୂନ ଟାରିଫ୍‌ ପ୍ରସ୍ତାବ ଦେବାରେ ବିଳମ୍ବ କରିଥିଲା: ଟ୍ରମ୍ପ୍‌

ଓ୍ବାଶିଂଟନ,୨ା୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତକୁ ଟାର୍ଗେଟ କରି ଅନେକ ନିରାଧାର ଦାବି ଓ ମନ୍ତବ୍ୟ ଦେଇଆସୁଥିବାବେଳେ ନିଜ ଟାରିଫ୍‌ ନିଷ୍ପତ୍ତିର ଯଥାର୍ଥତା ଦର୍ଶାଇବାକୁ ଯାଇ ନୂଆଦିଲ୍ଲୀ ଏହାର ଟାରିଫ୍‌ ଶୂନକୁ ହ୍ରାସ କରିବା ପାଇଁ ପ୍ରସ୍ତାବ ଦେଇଥିଲା ବୋଲି ସୋମବାର କହିଛନ୍ତି। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କୁ ଭେଟିବା ପରେ ଟ୍ରମ୍ପ୍‌ ସୋସିଆଲ ମିଡିଆ ପୋଷ୍ଟରେ ଏଭଳି ଦାବି କରିଛନ୍ତି। ସେ କହିଛନ୍ତି, ଭାରତର ଅତ୍ୟଧିକ ଟାରିଫ୍‌ ଯୋଗୁ ଆମେରିକା ସେଠାରେ ସାମଗ୍ରୀ ବିକିପାରୁ ନାହିଁ। ଭାରତ ସହ ବାଣିଜ୍ୟ ସମ୍ପୂର୍ଣ୍ଣ ‘ଏକପାଖିଆ ବିପର୍ଯ୍ୟୟ’ ବୋଲି ସେ ଅଭିଯୋଗ କରିଛନ୍ତି।

Share